banner
Breaking

ଯାତ୍ରା, ମେଲୋଡି ପାଇଁ ମିଳିଲା ଅନୁମତି

0

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): କୋଭିଡ କଟକଣା ଭିତରେ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ଆଦି ପାଇଁ ସରକାର ଅନୁମତି ଦେଇଛନ୍ତି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଏସ୍‌ଆରସିଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି । ଶନିବାର ଠାରୁ ନୂଆ ଗାଇଡ୍‌ଲାଇନ ଲାଗୁ ହେବ ବୋଲି ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି।

ଏଭଳି କାର୍ଯ୍ୟକ୍ରମରେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଅନ୍‌ଲାଇନରେ କିମ୍ବା ଅଧିକ କାଉଣ୍ଟର କରି ଟିକେଟ ବୁକିଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଖୋଲା ପଡିଆରେ ଦୁଇ ହଜାର ଲୋକ ବସିବାକୁ ଅନୁମତି ଦିଆଯାଇଥିବା ବେଳେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଇଣ୍ଡୋର ହଲରେ ବସିବା କ୍ଷମତାର ୫୦%ରେ ସୀମିତ ରଖାଯାଇଛି। ୫୦% ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବା ପାଇଁ ଅନୁମତି ଦିଆଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.