banner
Breaking

ଡିପିଏଲ କର୍ପୋରେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

0

ଭୁବନେଶ୍ୱର : ଭୁବନେଶ୍ୱର ମଞ୍ଚେଶ୍ବର ରେଲୱେ ଷ୍ଟାଡିୟମରେ ଚାଲିଥିବା ଡିସିବି ପ୍ରିମିଅର ଲିଗ ସିଜନ ୧ କର୍ପୋରେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚଟି କିଟ୍ ଓ ଟିସିଏସ ମଧ୍ୟରେ ହୋଇଥିଲା । କିଟ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧରାତ ୨୦ ଓଭରରେ ୧୧୨ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଟିସିଏସ ୧୩ ଓଭରରେ ୧୧୭ ରନ୍ କରି ବିଜୟୀ ହୋଇଥିଲା । ୩୮ ବଲରେ ଅର୍ଦ୍ଧ ଶତକ ହାସଲ କରି ନଟ୍ ଆଉଟ ଥିବା ଶଶିକାନ୍ତ ମିଶ୍ର ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ସେହିପରି ଦ୍ୱିତୀୟ ମ୍ୟାଚ ଇନଫୋସିସ୍ ଇଲେଭେନ ଓ ଫିଜିଓ ଇଲେଭେନ ମଧ୍ୟରେ ହୋଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରିଥିବା ଇନଫୋସିସ୍ ବିଜୟ ଳାଭ କରିଥିଲା । ୫୪ ବଲରେ ୯୮ ରନ୍ କରି ସନ୍ଦୀପ ମିଶ୍ର ମ୍ୟାନ୍ ଅଫ୍ ଦି ମ୍ୟାଚ ହୋଇଥିଲେ । ଡିସିବି ବ୍ୟାଙ୍କର ଅବିନାଶ ରଥ, ସମ୍ପଦ ପଟ୍ଟନାୟକ, ପ୍ରିୟବ୍ରତ ସାମଲ, ଗୌରୀଶଙ୍କର ସାମନ୍ତରାୟ ଓ ମିଡିଆ ପ୍ଲାନର କ୍ରିଏଟିଭ ହେଡ ପ୍ରଣୟ ଜାଠୀ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.