banner
Breaking

ଡାକ୍ତରଙ୍କ ପରିବାରକୁ ଟିକା ଦେବାପାଇଁ ଦାବି।

0

କଟକ, ୧୬ା୫: ପରିବାରଲୋକଙ୍କୁ କୋଭିଡ୍‌-୧୯ ଟିକା ଦେବା ପାଇଁ ଜୁନିୟର ଡାକ୍ତର ସଂଘ ପକ୍ଷରୁ ଶନିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ପତ୍ର ପ୍ରଦାନ କରାଯାଇଛି। ଜୁନିୟର ଡାକ୍ତରମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବାରୁ ସେମାନଙ୍କ ଜରିଆରେ ପରିବାର ଲୋକ ସଂକ୍ରମିତ ହେବାର ଆଶଙ୍କା କରି ସବୁବେଳେ ଚିନ୍ତାରେ ରହୁଛନ୍ତି। ଏଣୁ ରାଜ୍ୟ ସରକାର ଡାକ୍ତରଙ୍କ ପରିବାର ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ କରୋନା ଟିକା ଦେବାକୁ ଉକ୍ତ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି। ଏହାର ନକଲ ସ୍ବାସ୍ଥ୍ୟମନ୍ତ୍ରୀ, ନିର୍ଦ୍ଦେଶକ, ଏସ୍‌ସିବି ପ୍ରିନ୍ସିପାଲ ଓ ଏସ୍‌ସିବି ଅଧ୍ୟକ୍ଷାଙ୍କୁ ପ୍ରଦାନ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.