banner
Breaking

ସବୁଠି କରିପାରିବେ ଗାଡିର କାଗଜପତ୍ର ଓ ଲାଇସେନ୍ସ-କମିଶନର

0

ଭୁବନେଶ୍ୱର,୨ା୧୧ (ଓଡ଼ିଆ ନ୍ୟୁଜ): ଯାନବାହନ ମାଲିକମାନେ ରାଜ୍ୟର ଯେକୌଣସି ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ କାର୍ଯ୍ୟାଳୟରେ ନିଜ ଗାଡିର ପଞ୍ଜୀକରଣ କରିବା ସହ ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିପାରିବେ। ରାଜ୍ୟ ପରିବହନ କମିଶନର ସଞ୍ଜୀବ ପଣ୍ଡା ଏ ନେଇ ସମସ୍ତ ଆରଟିଓଙ୍କୁ ଏକ ସର୍କୁଲାର ଜାରି କରିଛନ୍ତି। ଲର୍ଣ୍ଣି° ଲାଇସେନ୍ସ(ଏଲଏଲ), ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ଏବଂ ଗାଡି ପଞ୍ଜୀକରଣ ପାଇଁ ବାସସ୍ଥାନକୁ ବାଧ୍ୟତାମୂଳକ ନ କରିବାକୁ ସର୍କୁଲାରରେ କୁହାଯାଇଛି। କେତେକ ଆରଟିଓ ନିଜ କାର୍ଯ୍ୟାଳୟ ଅଧୀନରେ ଯାନବାହନ ମାଲିକଙ୍କର ବାସସ୍ଥାନ ଅଛି କି ନାହିଁ ସେ ନେଇ ପ୍ରମାଣ ମାଗୁଥିଲେ। ଆରଟିଓମାନଙ୍କର ଏଭଳି ଧାରଣା ଠିକ୍‌ ନୁହେଁ, ଯାହାକି ମୋଟରଯାନ ଆଇନର ବିରୋଧାଚରଣ ବୋଲି ସର୍କୁଲାରରେ କୁହାଯାଇଛି। ମୋଟରଯାନ ଆଇନ-୧୯୮୮ ଅନୁଯାୟୀ ଯାନବାହନ ମାଲିକ ସାଧାରଣ ଭାବେ ରହୁଥିବା କିମ୍ବା ବ୍ୟବସାୟ କରୁଥିବା, ସ୍କୁଲରେ ଶିକ୍ଷାଦାନ କିମ୍ବା କୌଣସି ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ରାଜ୍ୟର ଯେ କୌଣସି ସ୍ଥାନରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ନିୟମ ରହିଛି। ତେବେ ଆବେଦନକାରୀଙ୍କୁ ବାସସ୍ଥାନ କିମ୍ବା ଓଡିଶାରେ କୌଣସି ବ୍ୟବସାୟ ଥିବା ପ୍ରମାଣପତ୍ର ଦେବାକୁ ପଡିବ।
ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସମସ୍ତ ଆରଟିଓ ୩.୫୧ ଲକ୍ଷ ଲର୍ନର ଲାଇସେନ୍ସ ପ୍ରଦାନ କରିଛନ୍ତି। ୨୦୧୮ ତୁଳନାରେ ଏହା ବହୁ ଅଧିକ। ୨୦୧୮ରେ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ୩.୪୮ ଲକ୍ଷ ଲର୍ନର ଲାଇସେନ୍ସ ପ୍ରଦାନ କରିଥିଲେ। ସେପ୍ଟେମ୍ବର ଓ ଅକ୍ଟୋବରରେ ମାତ୍ର ୫୨ ହଜାର ଲାଇସେନ୍ସ ଇସ୍ୟୁ କରାଯାଇଛି। ବିଗତ ବର୍ଷଗୁଡିକରେ ଦୁଇମାସ(ସେପ୍ଟେମ୍ବର ଓ ଅକ୍ଟୋବର) ମଧ୍ୟରେ ହୋଇଥିବା ଲାଇସେନ୍ସଠାରୁ ଚଳିତ ବର୍ଷ ୬ ଗୁଣା ଅଧିକ ଇସ୍ୟୁ କରାଯାଇଛି। ଗତ ଦୁଇ ମାସରେ ଭୁବନେଶ୍ୱର ଆରଟିଓ-୧ ୩୫୦୦ ଏଲଏଲ ଦେଇଥିବା ବେଳେ ଗଞ୍ଜାମ ୨୩୦୦୦, ଭୁବନେଶ୍ୱର-୨ ୨୦ ହଜାର, କଟକ ୧୮୦୦୦ ଏବଂ ବାଲେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ୧୩ ହଜାର ଏଲଏଲ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.