banner
Breaking

ଦୀପାବଳିରେ ଫୁଟିବନି ବାଣ।

0

ଭୁବନେଶ୍ବର ୧୩।୧୧ : ଚଳିତ ବର୍ଷ ଦୀପାବଳିରେ ରାଜଧାନୀରେ ଫୁଟିବନି ବାଣ। କୋଭିଡ଼‌ କଟକଣାକୁ ଦେଖି କମିଶନରେଟ୍‌ ପୋଲିସର ଦୃଢ଼ ପଦକ୍ଷେପ। ନିୟମ ଉଲ୍ଲଂଘନ କରି ବାଣ ଫୁଟାଇଲେ ହେବ କାର୍ଯ୍ୟାନୁଷ୍ଠାନ। ଜଟଣୀରେ ଥିବା ୩ଟି ବାଣ ଗୋଦାମ୍‌ ସିଲ୍‌ କରାଯାଇଛି। ଲକ୍ଷାଧିକ ଟଙ୍କା ମୂଲ୍ୟର ବାଣ ଜବତ ହୋଇଛି। ଧନ୍‌ତେରସ୍‌ରେ ସୁନା କିଣାବିକା ସମୟରେ ସାମାଜିକ ଦୂରତା ରଖିବାକୁ ସୁନା ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇନ ଉଲ୍ଲଂଘନ କରୁଥିବା ଦୋକାନୀଙ୍କ ପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ବର ଡିସିପି ଉମା ଶଙ୍କର ଦାଶ ସୂଚନା ଦେଇଛନ୍ତି। ଦୀପାବଳି ପାଳନ ନେଇ ସହରବାସୀଙ୍କୁ ସଚେତନ କରାଯାଇଛି । କରେନା ମହାମାରୀ କାରଣରୁ ଚଳିତ ବର୍ଷ ଦୀପାବଳିରେ କୌଣସି ପ୍ରକାର ବାଣ ଫୁଟିବା ନେଇ ସରକାର ମଧ୍ୟ ନିଷେଧାଦେଶ ଜାରି କରିଛନ୍ତି।

ଭୁବନେଶ୍ବର ପୂର୍ବରୁ କଟକରେ ମଧ୍ୟ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି । ନିୟମ ଭାଙ୍ଗିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବାଣ ଫୁଟାଇବା ଉପରେ କଟକଣା ଲାଗିଥିବାରୁ ସ୍ବତନ୍ତ୍ର ଡ୍ରାଇଭ ବ୍ୟବସ୍ଥା କରାଯାଇଛି । ପୋଲିସ ପାଟ୍ରୋଲିଂ ସହ ବିଭିନ୍ନ ସ୍ଥାନରେ ଏଡ୍ ପୋଷ୍ଟ କରାଯିବ ।

ନଭେମ୍ବର ୧୪ ତାରିଖରେ ଆଲୋକର ପର୍ବ ଦୀପାବଳି। ଚଳିତ ବର୍ଷ ଦୀପାବଳିରେ ଶୋଭା ପାଇବ କେବଳ ରଙ୍ଗବେରଙ୍ଗ ଆଲୋକମାଳା। ବଜାରରେ ଏଥର ରଙ୍ଗବେରଙ୍ଗର ଭଳିକିଭଳି ମାଟିଦୀପର ସମ୍ଭାର ଦେଖିବାକୁ ମିଳିଛି। ଛୋଟ ଦୀପଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ରଙ୍ଗରେ ସଜ୍ଜିତ ଦୀପ ବିକ୍ରିବଟା ହେଉଥିବା ଦେଖିବାକୁ ମିଳିଛି। ଯେହେତୁ ବାଣ ଫୁଟିବା ମନା ସେଥିପାଇଁ ଭଲିକିଭଳି ମାଟି ଦୀପର ଚାହିଦା ବଢ଼ିବ।

Khansweb Solution Bhubaneswar

Leave A Reply

Your email address will not be published.