banner
Breaking

ଦିଶା ଓଡ଼ିଶା ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ

0

ଭୁବନେଶ୍ୱର :ଦିଶା ଓଡ଼ିଶା ଫାଉଣ୍ଡେଶନ ପକ୍ଷରୁ ଭୁବନେଶ୍ୱର ଏଲ୍‌ଆଇସି ଛକସ୍ଥିତ ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସୋମବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୧୦ଜଣ ମହିଳାଙ୍କୁ ‘ଏମ୍‌ପାଓ୍ବାର ଅଫ୍‌ ଓ୍ବିମେନ୍‌-୨୦୨୩’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ଚଳଚ୍ଚିତ୍ର ଅଭିନେତା ସୂର୍ଯ୍ୟକାନ୍ତ ସାମଲ, ନିରଞ୍ଜନ ଆଚାର୍ଯ୍ୟ, ସାମାଜିକ କର୍ମୀ ମାନସ ବସ୍ତିଆ, ସୁବ୍ରତ ସାହୁ ଯୋଗଦେଇଥିଲେ। ଦିଶା ଅଧ୍ୟକ୍ଷା ଡା. ବନ୍ଦନା ହରିଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ବର୍ଦ୍ଧିତ ପ୍ରତିଭାମାନେ ହେଲେ ସେବିକା ପ୍ରତିମା ସାମନ୍ତରାୟ, ସାମ୍ବାଦିକା ସୁମିତ୍ରା ସାହୁ, ଗ୍ରୁପ୍‌ ଉଦ୍ୟୋଗୀ ନର୍ମଦା ସିଂହ ଓ ସ୍ବାଗତିକା ରାଓ, ସମାଜସେବୀ ଡେଜି ଶତପଥୀ, ଶବର ରାଣୀ ମଧୁସ୍ମିତା ପୃଷ୍ଠି, ପୂଣ୍ୟତ୍ୟୋୟା ମହାପାତ୍ର, ପୁଷ୍ପାଞ୍ଜଳି ସାହୁ, ପ୍ରଭାତି ସାହୁ ଓ ଅମ୍ରିତା ରାଉତରାୟ।

Khansweb Solution Bhubaneswar

Leave A Reply

Your email address will not be published.