banner
Breaking

ଡିଷ୍ଟ୍ରିକ୍ଟ ସେର ପୂଜା କମିଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

0

ଭୁବନେଶ୍ୱର : ଡଷ୍ଟ୍ରିକ୍ଟ ସେର ପୂଜା କମିଟି ପକ୍ଷରୁ ଭସାଣି ମହୋତ୍ସବ ଅବସରରେ ସ୍ୱାଗତ ସମ୍ବର୍ଦ୍ଧନା ମହୋତ୍ସବ ଦୁର୍ଗା ମଣ୍ଡପ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଉର ଭୁବନେଶ୍ୱର ଭସାଣି ଉତ୍ସବରେ ଉର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଳରୁ ପ୍ରାୟ ୨୩ ଟି ମେଢ ଅଂଶଗ୍ରହଣ କରିଥିଲେ । କ୍ଲବଟାଉନ୍ ପାଖ ମେଳଣ ପଡିଆଠାରୁ ମେଢ଼ ଗୁଡିକ ବାହାରି ଡମଣା ଛକ, ନାଲକୋ ଛକ, ଆଚାର୍ଯ୍ୟ ବିହାର ହୋଇ କୁଆଖାଇ ନଦୀ ଅଭିମୁଖେ ଯାତ୍ରା କରିଥିଲେ । ଡିଷ୍ଟ୍ରିକ୍ଟ ସେର ପାଖରେ ପହିବା ପରେ ଡିଷ୍ଟ୍ରିକ୍ଟ ସେର ପୂଜା କମିଟି ତରଫରୁ ଉକ୍ତ ମେଢ ଓ କମିଟିର ସଦସ୍ୟ ମାନଙ୍କୁ ସ୍ୱାଗତ କରାଯିବା ସହ କମିଟିର ସଭାପତି ଓ ସମ୍ପାଦକଙ୍କୁ ଉରୀୟ, ପୁଷ୍ପମାଲ୍ୟ ଓ ମିଠା ହାଣ୍ଡି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ଜୋନ୍ ୬ ର ଏସିପି ରମେଶ ଚନ୍ଦ୍ର ବିଶୋଇ, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ମାଝୀ, ଇମ୍ଫୋସିଟି ଥାନା ଅଧିକାରୀ ସମିତା ମିଶ୍ର, କର୍ପୋରେଟର ମିହିର କୁମାର ରାଉତ, ବିଳ୍ପବ କୁମାର ବେହେରା, ସାମ୍ବାଦିକ ସୁକାନ୍ତ କୁମାର ରାଉତ ଓ ଅନ୍ୟାନ୍ୟ ବିଶିଷ୍ଠ ବ୍ୟକ୍ତି ବିଶେଷ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡଷ୍ଟ୍ରିକ୍ଟ ସେର ପୂଜା କମିଟିର ସଭାପତି ଲାୟନ୍ସ ବିଶ୍ୱନାଥ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ଯୁବନେତା, ବିଜେଡି ଜିଲ୍ଲା ସମ୍ପାଦକ ତଥା ସମାଜସେବୀ ମନୋଜ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଇନଜିବୀ ସମରେନ୍ଦ୍ର ସାହୁ ମ ପରିଚାଳନା କରିଥିଲେ । କମିଟି ତରଫରୁ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.