banner
Breaking

ଶାଶୁ-ବୋହୁ ଘଟଣାର ପଡିଲା ପୂର୍ଣ୍ଣଛେଦ। ଝଗଡା ବନ୍ଦ

0

ଭୁବନେଶ୍ବର, ୧୦।୮(ଓଡ଼ିଆ ନ୍ୟୁଜ) – ଢେଙ୍କାନାଳ ପରଜଙ୍ଗ ଥାନା ଗେହ୍ଲେଇକାଟେଣୀ ଗ୍ରାମର ବୃଦ୍ଧା ପାରେଇ ନାୟକଙ୍କୁ ବୋହୂ ସବିତା ଗଁା ଦାଣ୍ଡରେ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହୋଇଥିଲ। ଶୁକ୍ରବାର ଥାନାରେ ଆପୋସ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ ହୋଇଛି। ଏଣିକି ଶାଶୁ-ବୋହୂ ଏକାଠି ଚଳିବେ ବୋଲି ପ୍ରତିଶ୍ରୁତି ଦେବାପରେ ବିବାଦରେ ଯବନିକା ପଡ଼ିଛି।
ବୃଦ୍ଧାଙ୍କୁ ନିର୍ଯାତନା ଦିଆଯାଉଥିବାର ଭିଡିଓ ଭାଇରାଲ ହେବା ସତ୍ତ୍ୱେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ନାମକୁ ମାତ୍ର ଚିକିତ୍ସା କରାଇ ଦାୟିତ୍ୱ ସାରିଦେଇଥିଲା। ଗଣମାଧ୍ୟମରେ ଘଟଣା ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହୋଇଥିଲା ପୋଲିସ। ଦାୟିତ୍ୱହୀନତାର ଦାଗ ଧୋଇବାକୁ ଶୁକ୍ରବାର ପୋଲିସ କର୍ମଚାରୀ ଶାଶୁ ଏବଂ ବୋହୂଙ୍କୁ ଘରୁ ଉଠାଇ ଆଣିଥିଲେ। ପାରେଇଙ୍କ ଅଭିଯୋଗକ୍ରମେ ନଂ. ୨୧୩/୧୯ ମାମଲା ରୁଜୁ କରାଯାଇଥିଲା।
ତଦନ୍ତରୁ ଜଣାପଡ଼ିଛି, ପାରେଇ ପଡ଼ୋଶୀଙ୍କ ଘରୁ ତରକାରି ମାଗି ଆଣିଥିଲେ। ଏହାକୁ ନେଇ ସବିତା ଶାଶୁଙ୍କୁ ତାଗିଦ୍‌ କରିଥିଲେ। ଏ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସବିତା ଶାଶୁଙ୍କୁ ପିଟିଥିବା ସ୍ବୀକାର କରିଛନ୍ତି। ଏପରି ଘଟଣାର ପୁନରାବୃତ୍ତି ଆଗକୁ କେବେ ହେବନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ପାରେଇ ମଧ୍ୟ ଅନ୍ୟ କାହା ଘରୁ କୌଣସି ଖାଦ୍ୟ ପଦାର୍ଥ ମାଗି ଆଣିବେନି ବୋଲି କହିଛନ୍ତି। ହେଲେ ବୋହୂ ଯେପରି ନିର୍ଯାତନା ନ ଦିଏ, ତାହା ସୁନିଶ୍ଚିତ କରିବାକୁ ସେ ପୋଲିସ ନିକଟରେ ଗୁହାରି କରିଥିଲେ। ଏଣିକି ପରିବାରରେ କୌଣସି ବିଶୃଙ୍ଖଳା ହେବନାହିଁ ବୋଲି ପୁଅ ଲଛମନ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ୪୧ ସିଆର୍‌ପିସିରେ ସବିତାଙ୍କୁ ଜାମିନରେ ଛାଡ଼ି ଦିଆଯାଇଥିବା ଥାନାଧିକାରୀ ଆନନ୍ଦ ଡୁଙ୍ଗ୍‌ଡୁଙ୍ଗ୍‌ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.