banner
Breaking

ଢେ଼ଙ୍କାନାଳ ଲକ୍ଷ୍ମୀପୂଜା ପାଇଁ ମାଟି ଅନୁକୂଳ।

0

ଢେଙ୍କାନାଳ,୩୧ା୮(ବ୍ୟୁରୋ): ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଲକ୍ଷ୍ମୀପୂଜା ପାଇଁ ରବିବାର ପବିତ୍ର ସୁନିଆରେ ମାଟି ଅନୁକୂଳ କରାଯାଇଛି। କରୋନା କଟକଣା ମଧ୍ୟରେ ବିଧିରକ୍ଷା ଲାଗି ବିଭିନ୍ନ ପୂଜା ପ୍ରତିଷ୍ଠାନ ପକ୍ଷରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଲାଗି ବ୍ରାହ୍ମଣୀ ନଦୀ, ବଡ଼ଯୋରା ସମେତ ସହରର ବିଭିନ୍ନ ଜଳାଶୟରୁ ମାଟି ଅନୁକୂଳ କରାଯାଇଛି। ମହାବୀର ବଜାର, କାଞ୍ଚନ ବଜାର, ଜବାହର ଚୌକ, ବସ୍‌ଷ୍ଟାଣ୍ଡ-ଅମଲାପଡ଼ା, ଲକ୍ଷ୍ମୀବଜାର, ପଦ୍ମବଜାର, ଚନ୍ଦନବଜାର, ରତନ ବଜାର, ହାଟରୋଡ, ସିମିଳିଆ ପ୍ରମୁଖ ପୂଜା ପ୍ରତିଷ୍ଠାନ ବ୍ରାହ୍ମଣୀ ନଦୀ କୂଳରୁ ମାଟି ଆଣିଥିଲେ। ସେହିପରି ବାଜିଚୌକ, ରାଧାକୃଷ୍ଣ ବଜାର ପୂଜା କମିଟି ବଡଯୋରା, କୈବଲ୍ୟ ବଜାର ପୂଜା ପ୍ରତିଷ୍ଠାନ ନୂଆ ପୋଖରୀ, ଜୁବିଲି ଟାଉନ-୧ ପୂଜା ପ୍ରତିଷ୍ଠାନ ଯାଉଁଳି ପୋଖରୀରୁ ମାଟି ଉଠାଇଥିଲେ। ଏଥିପୂର୍ବରୁ ରାଧାଷ୍ଟମୀରେ ମିନାବଜାର ଓ ଗଣେଶ ବଜାର ପୂଜା ପ୍ରତିଷ୍ଠାନ ମାଟି ଅନୁକୂଳ କରିସାରିଥିଲେ। ଚଳିତବର୍ଷ ଲକ୍ଷ୍ମୀପୂଜାକୁ ନିରାଡମ୍ବରରେ ପାଳନ କରିବା ପାଇଁ ମିଳିତବଜାର ପୂଜା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଏଥିଲାଗି ବିନା ଶୋଭାଯାତ୍ରାରେ ସ୍ପଳ୍ପ ସଂଖ୍ୟକ କର୍ମକର୍ତ୍ତାଙ୍କୁ ନେଇ ମାଟି ଅନୁକୂଳ ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.