banner
Breaking

ରାଜ୍ୟ ଵିପର୍ଯୟ ପାଣ୍ଠି ବାତ୍ୟା ପିଡୀତଙ୍କ କାମରେ ଲାଗୁ : ଧର୍ମେନ୍ଦ୍ର

0

ଭୁବନେଶ୍ୱର: ମଇ ୧ରେ ଓଡିଶାକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସଡ଼ିଆରଏଫ)ରୁ କେନ୍ଦ୍ରୀୟ ଅଂଶର ପ୍ରଥମ କିସ୍ତି ଭାବରେ ଜାରୀ ଅଗ୍ରୀମ ୬୪୧.୬ କୋଟିକୁ ବାତ୍ୟା ପ୍ରଭାବିତଙ୍କ ପାଇଁ ବ୍ୟବହାର କରାଯିବା ଉପରେ ଟ୍ୱିଟ୍ ଯୋଗେ ମତପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ସାମୁଦ୍ରିକ ବାତ୍ୟା ‘ୟସ’ ଦ୍ୱାରା ଓଡ଼ିଶାରେ ଉଭୟ ଜୀବନ ଜୀବିକା ପ୍ରଭାବିତ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପରାମର୍ଶ କ୍ରମେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓଡ଼ିଶାକୁ ମଇ ୧ରେ ଏସଡ଼ିଆରଏଫ ପାଣ୍ଠିରୁ କେନ୍ଦ୍ରୀୟ ଅଂଶର ପ୍ରଥମ କିସ୍ତି ଭାବରେ ଅଗ୍ରୀମ ୬୪୧.୬ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଜୀବନଜୀବିକା ଏବଂ ଅର୍ଥନୀତି ଉପରେ ସାମୁଦ୍ରିକ ବାତ୍ୟା ‘ୟଶ’ର ପ୍ରଭାବ ପରିପ୍ରେକ୍ଷୀରେ ମୁଁ ଦୃଢ଼ ବିଶ୍ୱାସ ଯେ ଓଡ଼ିଶା ସରକାର ବାତ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କୁ ରିଲିଫ, ଉଦ୍ଧାର, ପୁନରୁଦ୍ଧାର ଓ ଆନୁଷଙ୍ଗିକ ସହାୟତା ପାଇଁ ଏହି ପାଣ୍ଠିର ସୁଦୂପଯୋଗ କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଓଡ଼ିଶାବାସୀଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ଆର୍ଥିକ ସହାୟତା ଓଡ଼ିଶା ସରକାରଙ୍କୁ ବାତ୍ୟାର ପରବର୍ତ୍ତି ସମୟରେ ଜୀବନଜୀବିକାକୁ ପୁନରୁଦ୍ଧାର କରିବାରେ ନିରନ୍ତର ସହଯୋଗ କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.