banner
Breaking

ଓଡ଼ିଶାର କୋଭିଡ୍‌ ପରିଚାଳନା ପ୍ରସ୍ତୁତି ଏବଂ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର,୭ା୫(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଓଡ଼ିଶାରେ ପରିଚାଳିତ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସ୍‌ୟୁ)ଗୁଡ଼ିକର ମୁଖ୍ୟ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ବାସ୍ଥ୍ୟ ସଙ୍ଗଠନ, ବ୍ୟାଙ୍କିଙ୍ଗ୍‌ ଏବଂ ରେଳ କ୍ଷେତ୍ରର ପ୍ରମୁଖ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଓଡ଼ିଶାରେ କୋଭିଡ୍‌ ପରିଚାଳନା ପ୍ରସ୍ତୁତି ଏବଂ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ସମୀକ୍ଷା କରିବା ସହ ବିଭିନ୍ନ ବିଷୟରେ ସେ ଆଲୋଚନା କରିଥିଲେ।
ଏହି ଆଲୋଚନା ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟରେ ଟେଷ୍ଟିଂ, ଭେଣ୍ଟିଲେଟର, ଟିକାକରଣ ଓ ଅକ୍ସିଜେନ ବ୍ୟବସ୍ଥା ବଢ଼ାଇବା ସହ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଓଡ଼ିଶାର ସ୍ବାସ୍ଥ୍ୟସେବାକୁ ବିକଶିତ କରିବା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ। ଓଡ଼ିଶାରେ ପରିଚାଳିତ ପିଏସ୍‌ୟୁ, କେନ୍ଦ୍ର ସ୍ବାସ୍ଥ୍ୟ ଅନୁଷ୍ଠାନ, ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ତଥା କର୍ପୋରେଟ୍‌ ସେକ୍ଟର ଏହି ମହାମାରୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆବଶ୍ୟକତା ଅନୁଯାୟୀ ସ୍ବାସ୍ଥ୍ୟ ଭିତ୍ତିଭୂମି ତିଆରି କରିବା ଦରକାର। ଓଡ଼ିଶାରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଆଇସୋଲେଶନ ବେଡ୍‌ର କ୍ଷମତା ବୃଦ୍ଧି କରିବା ସହ ଆଇସିୟୁ ଏବଂ ଅକ୍ସିଜେନ ସଂଯୁକ୍ତ ବେଡ୍‌କୁ ବୃଦ୍ଧି କରିବା ଦିଗରେ ସମସ୍ତେ ମିଳିତ ପଦକ୍ଷେପ ସହ ସରକାରଙ୍କ ସହିତ ସମନ୍ବୟ ରକ୍ଷା କରିବା ଦରକାର। ରାଜ୍ୟର ଦୁଇଟି ଅଗ୍ରଣୀ ଇନ୍‌ଷ୍ଟିଚ୍ୟୁଟ୍‌ ଆର୍‌ଏମ୍‌ଆର୍‌ସି ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ ସାଇନ୍ସକୁ ଅଧିକରୁ ଅଧିକ ଟେଷ୍ଟିଂ ବୃଦ୍ଧି କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ପିଏସ୍‌ୟୁଗୁଡ଼ିକୁ ମଧ୍ୟ ନିଜ ବ୍ୟବସ୍ଥାରେ ଟେଷ୍ଟିଂ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ତିଆରି କରିବା ପାଇଁ ଆହ୍ବାନ କରିଛନ୍ତି। ସେହିପରି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣର ଅଭିଯାନକୁ ତ୍ୱରାନ୍ବିତ କରିବା ପାଇଁ ପିଏସ୍‌ୟୁଗୁଡ଼ିକୁ ଟିକା କିଣି ନିଜର କର୍ମଚାରୀଙ୍କୁ ଦେବା ସହ ସମାଜରେ ୧୮ ବର୍ଷରୁ ଊଦ୍ଧର୍‌ବ ବର୍ଗଙ୍କୁ ଟିକାକରଣ କରାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଭୁବନେଶ୍ୱର ଏମ୍‌ସ୍‌ ନିର୍ଦ୍ଦେଶିକା, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା, ଆଇଏଲ୍‌ଏସ୍‌ର ନିର୍ଦ୍ଦେଶକ, ଆର୍‌ଏମ୍‌ଆର୍‌ସିର ନିର୍ଦ୍ଦେଶିକା, ଏନ୍‌ସିସିର ଓଡ଼ିଶା ଜୋନ୍‌ର ଇନ୍‌ଚାର୍ଜ, ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ଭୁବନେଶ୍ୱରର ନିର୍ଦ୍ଦେଶକ, ଇଷ୍ଟକୋଷ୍ଟ୍‌ ରେଲୱେର ଜେନେରାଲ ମ୍ୟାନେଜର, ଏସ୍‌ବିଆଇ ଓଡ଼ିଶା ଶାଖାର ସିଜିଏମ୍‌, ଏମ୍‌ସିଏଲ୍‌ର ସିଏମ୍‌ଡି ପି.କେ. ସିହ୍ନା, ଏନ୍‌ଟିପିସିର ଆର୍‌ଇଡି ଇନ୍‌ଚାର୍ଜ, ପାରାଦୀପ ପୋର୍ଟର ଇନ୍‌ଚାର୍ଜ ପ୍ରମୁଖ ଆଲୋଚନାରେ ସାମିଲ ହୋଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.