banner
Breaking

ଅବାଧ, ସ୍ବଚ୍ଛ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବ ବ”ଶଲ

0

କଟକ , ୨।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ସମାପନ କରିବା ପାଇଁ ଡିଜିପି ସୁନୀଲ ବଂଶଲ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଅପରାହ୍ନରେ କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଆୟୋଜିତ ଭିଡିଓ କନ୍‌ଫରେନ୍ସ ଜରିଆରେ ବଂଶଲ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସଂକ୍ରାନ୍ତରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ନିର୍ବାଚନକୁ ଅବାଧ, ସ୍ବଚ୍ଛ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା, ମତଦାନ ଓ ଗଣତି ସମୟରେ ପୋଲିସ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିୟମାନୁଯାୟୀ, ଆଦର୍ଶ ଆଚରଣବିଧି ଓ କୋଭିଡ୍‌ ନିୟମର ଅନୁପାଳନ ସଂକ୍ରାନ୍ତରେ ଡିଜିପି ଆଲୋଚନା କରିଥିଲେ। ବେଆଇନ ଭାବେ ମାରଣାସ୍ତ୍ର ରଖିଥିବା, ନିର୍ବାଚନ ସମୟରେ ଚୋରା ମଦ କାରବାର କରୁଥିବା ବ୍ୟକ୍ତି ଏବଂ ଏନ୍‌ବିଡବ୍ଲ୍ୟୁ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ନାର୍କୋଟିକ୍ସ ଡ୍ରଗ୍‌ସ ଏନ୍‌ଫୋର୍ସମେଣ୍ଟ, ଥାନାଗୁଡିକରେ ସିସିଟିଭି କାର୍ଯ୍ୟକ୍ଷମ ଏବଂ ଲୋକମାନଙ୍କ ଅଭିଯୋଗର ସମାଧାନ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସଞ୍ଜୀବ କୁମାର ପଣ୍ଡା, ଅତିରିକ୍ତ ପୋଲିସ୍‌ ମହାନିର୍ଦ୍ଦେଶକ(ଆଇନଶୃଙ୍ଖଳା) ଆର୍‌.କେ. ଶର୍ମା, ଆଇଜି(ହେଡ୍‌କ୍ୱାର୍ଟର୍ସ) ଏସ୍‌. ଦେବଦତ୍ତ ସିଂ, ଆଇଜି(ପ୍ରୋଭିଜନିଂ) ଯତୀନ୍ଦ୍ର କୋୟଲ୍‌, ଆଇଜି(ପର୍ସନେଲ୍‌) ଏସ୍‌. ପ୍ରବୀଣ କୁମାର, ଆଇଜି(କ୍ରାଇମ୍‌ବ୍ରାଞ୍ଚ) ଅମିତେନ୍ଦ୍ର ନାଥ ସିହ୍ନା, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଏସ୍‌ଟିଏଫ୍‌ ଡିଆଇଜି ଜୟନାରାୟଣ ପଙ୍କଜ ଓ କଟକ ଡିସିପି ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.