banner
Breaking

ଅଗ୍ନିଶମ ଡିଜି ବୁଲି ଦେଖିଲେ କୋଭିଡ୍ ହସ୍ପିଟାଲ।

0

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଅଗ୍ନିଶମ ଡିଜି ଏମ୍‌ ଅକ୍ଷୟ ଶୁକ୍ରବାର କଟକ ଓ ଭୁବନେଶ୍ୱର ଦ୍ୱୈତନଗରୀରେ ଥିବା ସମସ୍ତ କୋଭିଡ଼ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ବିଭାଗର ଅନ୍ୟ ଅଧିକାରୀଙ୍କ ସହ ବିଭିନ୍ନ ହସ୍ପିଟାଲକୁ ଯାଇ ନିୟୋଜିତ ଅଗ୍ନିଶମ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ହସ୍ପିଟାଲରେ କୌଣସି ଦୁର୍ଘଟଣା ଘଟିଲେ କିଭଳି ତ୍ୱରିତ ପଦକ୍ଷେପ ନେଇପାରିବେ ସେ ନେଇ ଅଗ୍ନିଶମ କର୍ମଚାରୀଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ଏଥିସହିତ ନିୟୋଜିତ କର୍ମଚାରୀମାନେ ହସ୍ପିଟାଲ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ନିୟମିତ ମକ୍‌ଡ୍ରିଲ୍‌ କରାଉଛନ୍ତି କି ନାହିଁ ସେନେଇ ତଦାରଖ କରିଥିଲେ। ଅନ୍ୟପକ୍ଷେ ଅଗ୍ନିଶମ ମହାନିରୀକ୍ଷକ ଅସିତ ପାଣିଗ୍ରାହୀ କଟକରେ ଥିବା କେତେକ କୋଭିଡ଼ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ପରଖିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.