banner
Breaking

ଆସୁଛି ସବୁଠୁ ବିପଦ ଭାରିଆଣ୍ଟ ଡେଲମିକ୍ରନ୍

0

ଓ୍ବାଶିଂଟନ, ୨୬।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବିଶେଷଜ୍ଞମାନେ କରୋନାର ଅନ୍ୟ ଏକ ନୂଆ ଭାରିଆଣ୍ଟ୍‌ ଡେଲମିକ୍ରନ୍‌ ମାଡ଼ି ଆସୁଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।  ଓମିକ୍ରନଠାରୁ ଡେଲମିକ୍ରନ୍‌ ଅଧିକ ବିପଜ୍ଜନକ।

ଡେଲମିକ୍ରନ୍‌ ହେଉଛି ଡେଲ୍ଟା ଏବଂ ଓମିକ୍ରନ୍‌ ଭାରିଆଣ୍ଟ୍‌ର ନୂଆ ପ୍ରକାରର ଏକ ମିଶ୍ରଣ। ୟୁରୋପରେ ଏବଂ ଆମେରିକାରେ ଡେଲମିକ୍ରନ୍‌ ଦ୍ରୁତ ଗତିରେ ବ୍ୟାପିବା ଆରମ୍ଭ କରିଛି। କୁହାଯାଉଛି ଯେ ଯଦି ଏହା ବିଶ୍ୱର ଅନ୍ୟ ଦେଶକୁ ବ୍ୟାପେ ତେବେ ଲକ୍ଷ ଲକ୍ଷ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବାର ଆଶଙ୍କା ରହିଛି।

କରୋନାର ଦ୍ୱିତୀୟ ଲହର ଡେଲ୍ଟା ଭାରିଆଣ୍ଟ ଯୋଗୁଁ ବହୁ ଲୋକଙ୍କ ମୃତ୍ୟୁ ଘଟିଥିଲା। ଅପରପକ୍ଷରେ, ଓମିକ୍ରନ୍‌ ବିଷୟରେ ବିଶେଷଜ୍ଞ ସୂଚନା ପ୍ରଦାନ କରିଥିଲେ ଯେ, ଏହା ଡେଲ୍ଟା ଭାରିଆଣ୍ଟ୍‌ ତୁଳନାରେ ଅଧିକ ବିପଜ୍ଜନକ ହେବ।

ତେଣୁ ଡେଲ୍ଟା ଏବଂ ଓମିକ୍ରନ୍‌ ଭାରିଆଣ୍ଟ୍‌ ଉଭୟ ଏକାଠି ସୃଷ୍ଟି କରିଥିବା ଡେଲମିକ୍ରନ୍‌ ପୂର୍ବର ସମସ୍ତ ଭାରିଆଣ୍ଟ ତୁଳନାରେ ଶୀଘ୍ର ସଂକ୍ରମଣ ସୃଷ୍ଟି କରିବା ସହିତ ପୃଥିବୀରେ ତାଣ୍ଡବ ରଚିବ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.