banner
Breaking

ରେସପେକ୍ଟ ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ମହିଳା ଦିବସ

0

ନୂଆଦିଲ୍ଲୀ : ରେସପେକ୍ଟ ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ନୂଆଦିଲ୍ଲୀରେ ଅନ୍ତର୍ଜତୀୟ ମହିଳା ଦିବସ ପାଳିତ ହୋଇଯାଇଛି । କେନ୍ଦ୍ର କୃଷି ମନ୍ତ୍ରୀ ତଥା ସିକିମର ପୂର୍ବତନ ରାଜ୍ୟପାଳ କୈଳାସ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଶିଷ୍ଟ ଲେଖକ ବିବି ସିଂ, ମହାତ୍ମାଗାନ୍ଧୀଙ୍କ ନାତୁଣୀ ତାରା ଗାନ୍ଧୀ ଭଟ୍ଟାଚାର୍ଯ୍ୟ, ପରିଚୟ ଫାଉଣ୍ଡେସନ୍ ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ, ରେସପେକ୍ଟ ଇଣ୍ଡିଆ ଫାଉଣ୍ଡେସନର ସଭାପତି ଡା. ନିର୍ମଳା ଗେହଲଟ୍ ଓ ସମ୍ପାଦକ ଡା. ମନିଷ ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଆମ ସଭ୍ୟତା, ସମ୍ବିଧାନ ଓ ସଂସ୍କାରରେ ନାରୀର ସ୍ଥାନ ସ୍‌ତନ୍ତ୍ର । ମହିଳାମାନେ ଆମ ଦେଶର ଶକ୍ତି ଓ ଗର୍ବର ପ୍ରତୀକ । ସମାଜରେ ସବୁ ବର୍ଗର ମହିଳାଙ୍କ ପାଖରେ ଶିକ୍ଷା ପହଞ୍ଚିବା ଜରୁରୀ ବୋଲି ଅତିଥିମାନେ ମତ ଦେଇଥିଲେ । ଏହି ଅବସରରେ ପ୍ରଶାସନିକ ସେବା, ଡାକ୍ତରୀ ବିଜ୍ଞାନ, ଉଦ୍ୟୋଗ ଓ ଗଣମାଧ୍ୟମର ବିଭିନ୍ନ ସଫଳ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.