banner
Breaking

ଦୀପାବଳି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ।

0

ନୂଆଦିଲ୍ଲୀ,୨୭।୧୦: ଆଲୋକର ପର୍ବ ଦୀପାବଳି ସାରା ଦେଶରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୀରେ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଥିବା ବେଳେ ସଭିଙ୍କ ଜୀବନରେ ଏକ ନୂତନ ଆଲୋକ ଆସୁ ବୋଲି ସେ କାମନା କରିଛନ୍ତି। ନିଜ ଦସ୍ତଖତ ସେ ଏକ ଫଟୋ ଶେୟାର କରିବା ସହ ସମସ୍ତଙ୍କ ସୁସ୍ଥ ଜୀବନ କାମନା କରିଛନ୍ତି। ଅନ୍ୟପଟେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଟୁଇଟ୍‌ କରି ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ସମସ୍ତେ ଉଭୟଙ୍କ ଭିତରେ ଦୀପଜାଳି ଓ ଭଲ ପାଇବା ବାଣ୍ଟି ଖୁସିକୁ ଦ୍ୱିଗୁଣିତ କରନ୍ତୁ ବୋଲି ସେ କାମନା କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.