banner
Breaking

ଦିଲ୍ଲୀ କୋର୍ଟରେ ବିସ୍ଫୋରଣ

0

ନୂଆଦିଲ୍ଲୀ,୯।୧୨: ରାଜଧାନୀର ରୋହିଣୀ କୋର୍ଟରେ ଗୁରୁବାର ସକାଳେ ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ଉପଲବ୍ଧ ଥିବା ତଥ୍ୟ ଅନୁଯାୟୀ, କୋର୍ଟରୁମ୍‌ ନଂ ୧୦୨ରେ ରଖାଯାଇଥିବା ଲାପଟପ ବ୍ୟାଗରେ ବିସ୍ଫୋରଣ ଘଟିଥିଲା। ଭିଡିଓରେ ଏକ ଲାପଟପ ଚଟାଣରେ ପଡ଼ିଥିବା ଦେଖାଯାଉଥିବାରୁ ଏହାର ବ୍ୟାଟେରି କାରଣରୁ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ବିସ୍ଫୋରଣ ପରେ କୋର୍ଟରେ ଚାଲିଥିବା ସମସ୍ତ ଶୁଣାଣିକୁ ତୁରନ୍ତ ବନ୍ଦ କରି ଦିଆଯାଇଥିଲା। ସୂଚନା ମିଳିବା ପରେ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୬ଟି ନିଆଁ ଲିଭା ଗାଡ଼ି ପହଞ୍ଚିଥିଲା କୋର୍ଟ ପରିସରରେ।

ରୋହିଣୀ କୋର୍ଟ କମ୍ପ୍ଲେକ୍ସରେ ସକାଳ ପ୍ରାୟ ୧୦ଟା ୩୦ରେ
ଏକ ଲାପଟପ୍‌ ବ୍ୟାଗ୍‌ରେ ସାମାନ୍ୟ ତୀବ୍ରତାର ଏକ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପଛର ପ୍ରକୃତ କାରଣ ଜାଣିବା ପାଇଁ ଫରେନ୍ସିକ ଓ କ୍ରାଇମ ଦଳ ତଦନ୍ତ କରୁଛନ୍ତି। ତେବେ ବିଡିଏସ୍‌ ଏବଂ ଏଫ୍‌ଏସ୍‌ଏଲ ବିଶେଷଜ୍ଞ ଯାଞ୍ଚ ନ କରିବା ପର୍ଯ୍ୟନ୍ତ କିଛି ସ୍ପଷ୍ଟ କୁହାଯାଇପାରିବ ନାହିଁ ବୋଲି ଆତଙ୍କବାଦୀ ନିରୋଧୀ ବିଭାଗର ଜଣେ ବରଷ୍ଠ ଅଧିକାରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.