banner
Breaking

ଟିକା ନେଇ ନଥିବା ଲୋକଙ୍କ ଉପରେ ଲାଗିଲା କଟକଣା

0

ନୂଆଦିଲ୍ଲୀ : କରୋନାର ଓମିକ୍ରନ ଭାରିଆଣ୍ଟ  ୨୫ ଟି ଦେଶରେ ବ୍ୟାପିଛି। ଏହାର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଡା ପ୍ରତିବନ୍ଧକ ପାଇଁ ପ୍ରସ୍ତୁତି ଚାଲିଛି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍‌ଏ) କୁ ମୁଖ୍ୟନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଏକ ପ୍ରସ୍ତାବ ଦେଇଛନ୍ତି। ଏହା ଅନ୍ତର୍ଗତରେ ଦିଲ୍ଲୀ ମେଟ୍ରୋ ସେବା, ବସ, ସିନେମା ହଲ, ମଲ, ଧାର୍ମିକ ସ୍ଥାନ, ରେଷ୍ଟୁରାଣ୍ଟ, ସ୍ମାରକୀ, ସର୍ବସାଧାରଣ ପାର୍କ, ସରକାରୀ କାର୍ଯ୍ୟାଳୟ ଏବଂ ସର୍ବସାଧାରଣ ସ୍ଥାନରେ ଟିକା ନ ନେଇଥିବା ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯିିବା ଆବଶ୍ୟକ।

ଯଦି ଡିଡିଏମ୍‌ଏ କେଜ୍ରିୱାଲ ସରକାରଙ୍କ ସୁପାରିଶକୁ ଗ୍ରହଣ କରେ, ତେବେ ଟିକା ନ ନେଇଥିବା ଲୋକେ ୧୫ ଡିସେମ୍ବରରୁ ବସ ଏବଂ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରିପାରିବେ ନାହିଁ। ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ଯେ ସର୍ବସାଧାରଣ ସ୍ଥାନରେ ପ୍ରବେଶ କେବଳ ଏପରି ଲୋକଙ୍କୁ ଦିଆଯିବା ଉଚିତ, ଯେଉଁମାନେ କରୋନା ଟିକା ନେଇ ସାରିଛନ୍ତି। କେବଳ ଏତିକି ନୁହେଁ, ଟିକା ନେଇଥିବା ଲୋକଙ୍କୁ ନଗଦ ପୁରସ୍କାର କିମ୍ବା ରିହାତି ଭଳି ପ୍ରୋତ୍ସାହନ ଦେବା ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯିବା ନେଇ ଚର୍ଚ୍ଚା ହେଉଛି।

ଏହାପୂର୍ବରୁ ଅକ୍ଟୋବର ମାସରେ କେରଳରେ ଟିକା ନେଇ ନ ଥିବା ଲୋକଙ୍କୁ ଶିକ୍ଷାନୁଷ୍ଠାନ ଏବଂ ହଷ୍ଟେଲରେ ପ୍ରବେଶ କରିବାକୁ ବାରଣ କରିଥିଲା। କେରଳ ହାଇକୋର୍ଟରେ ଏହି ସରକାରୀ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା। ପାର୍ଶ୍ୱ ପ୍ରତିକ୍ରିୟା ଭୟରେ ସେମାନେ ଟିକା ନେଇ ନାହାନ୍ତି। ଏହା ସେମାନଙ୍କର ଟିକାକରଣ ନ କରିବାର ଅଧିକାର, ଜୀବନର ଅଧିକାର ତଥା ନିଜର ସ୍ବତନ୍ତ୍ରତା ଅଧିକାର ଅନ୍ତର୍ଗତ ବୋଲି ଚ୍ୟାଲେଞ୍ଜ୍‌ ଆବେଦନରେ ଉଲ୍ଲେଖ କରାଯାଇଥିଲା। ତେବେ କେରଳ ସରକାରଙ୍କ ଆଦେଶକୁ ସମର୍ଥନ କରି ହାଇ କୋର୍ଟ କହିଥିଲେ ଯେ କରୋନା ଭାଇରସ ମହାମାରୀ ଭଳି ପରିସ୍ଥିତିରେ ଜନସାଧାରଣଙ୍କ ସ୍ବାର୍ଥକୁ ପ୍ରାଧାନ୍ୟ ଦିଆଯିବା ଉଚିତ।

Khansweb Solution Bhubaneswar

Leave A Reply

Your email address will not be published.