banner
Breaking

ରାଜଧାନୀରେ ବଢୁଛି ଡେଙ୍ଗୁ

0

ନୂଆଦିଲ୍ଲୀ,୧୬ ।୧୧: ରାଜଧାନୀ ଦିଲ୍ଲୀରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବର୍ଯ୍ୟନ୍ତ ଏଠାରେ ୫୨୭୭ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇ ସାରିଲାଣି । ଗତ ସପ୍ତାହରେ ୨୫୬୯ଜଣ ଡେଙ୍ଗୁ ରୋଗୀ ଏକାଥରେ ଚିହ୍ନଟ ହେବା ଚିନ୍ତା ବଢାଇ ଦେଇଛି । ଏବେ ପର୍ଯ୍ୟନ୍ତ ରାଜଧାନୀରେ ଡେଙ୍ଗୁରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏ ସମସ୍ତ ସୂଚନା ଆଣ୍ଟି ମ୍ୟାଲେରିଆ ଅପରେସନ୍ସ(ଏଚକ୍ୟୁ) ଦକ୍ଷିଣ ଦିଲ୍ଲୀ ନଗର ନିଗମ ପ୍ରଦାନ କରିଛି । ସୂଚନାଯୋଗ୍ୟ, ୨୦୧୬ ପରେ ରାଜଧାନୀରେ ଏବେ ସବୁଠାରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ ଏବେ କରୋନାରୁ ସାମାନ୍ୟ ଆଶ୍ୱସ୍ତ ହୋଇଥିବା ରାଜଧାନୀବାସୀ ଏବେ ପ୍ରଦୂଷଣକୁ ନେଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଏହା ଉପରେ ଏବେ ଡେଙ୍ଗୁର ପ୍ରକୋପ ରାଜଧାନୀବାସୀଙ୍କ ଚିନ୍ତା ବଢାଇ ଦେଇଛି ।

Khansweb Solution Bhubaneswar

Leave A Reply

Your email address will not be published.