banner
Breaking

ରିର୍ଜଭ ବ୍ୟାଙ୍କର ଦୁଇଟି ଯୋଜନା ଶୁଭାରମ୍ଭ କରିବେ ମୋଦି

0

ନୂଆଦିଲ୍ଲୀ,୧୨।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଦୁଇଟି କେନ୍ଦ୍ରୀୟ ଯୋଜନାର ଶୁଭାରମ୍ଭ ଶୁକ୍ରବାର ହେବ। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୧ଟାରେ ଭର୍ଚୁଆଲରେ ଲଞ୍ଚ କରିବେ । ଏହି ଯୋଜନାର ଶୁଭାରମ୍ଭ ସମୟରେ ଅର୍ଥମନ୍ତ୍ରୀ ନିମାଳା ସୀତାରମଣ ଉପସ୍ଥିତ ରହିବେ।
ଶୁଭାରମ୍ଭ ହେବାକୁ ଥିବା ଦୁଇଟି ଯୋଜନା ହେଲା ଆରବିଆଇ ରିଟେଲ ଡାଇରେକ୍ଟ ଯୋଜନା ଓ ସମନ୍ବିତ ଲୋକପାଳ ଯୋଜନା। ଏହା ଖୁଚୁରା ନିବେଶକାରୀଙ୍କ ପାଇଁ ସରକାରୀ ପ୍ରତିଭୂମିରେ ନିବେଶ କରି ପାରିବ। ଖୁଚୁରା ନିବେଶକାରୀ ସହଜରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ନିଜର ସରକାରୀ ପ୍ରତିଭୂମି ଖାତା ଅନଲାଇନରେ ନିଃଶୁକ୍ଳ ଖୋଲି ପାରିବେ ଏବଂ ପରିଚାଳନା କରିବେ । ସେହିପରି ଲୋକପାଳ ଯୋଜନାରେ ଗ୍ରାହକମାନେ ଅଭିଯୋଗ ଦାଖଲ କରିବା, ଦସ୍ତାବିଜ ଜମା କରିବା, ଷ୍ଟାଟସ ଟ୍ରାକ କରିବା ଏବଂ ଫିଡବ୍ୟାକ ଦେଇ ପାରିବେ। ଅଭିଯୋଗ ଦାଖଲ କରିବା ଓ ସମାଧାନ ପାଇଁ ମଧ୍ୟ ଟୋଲ ଫ୍ରି ନମ୍ବର ଜାରି ହୋଇଛି । ଆରବିଆଇ ଦ୍ବାରା ନିୟନ୍ତ୍ରିତ ସଂସ୍ଥାଗୁଡିକ ବିରୁଦ୍ଧରେ ଅଭିଯୋଗ ପାଇଁ ଏହି ଯୋଜନା ଉଦ୍ଧିଷ୍ଟ।

Khansweb Solution Bhubaneswar

Leave A Reply

Your email address will not be published.