banner
Breaking

ନୂଆ ଷ୍ଟେନକୁ ରୋକିପାରିବ କୋଭାକ୍ସିନ ଟିକା।

0

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ କରୋନା ଏକପ୍ରକାର ଆତଙ୍କ ଖେଳାଇ ଦେଇଛି। ଏବେ ଲୋକଙ୍କ ମଧ୍ୟରେ ଏକମାତ୍ର ଆଶା ହେଉଛି ଟିକା। ତେବେ କରୋନାର ବଦଳୁଥିବା ରୂପକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଏବେ ଲୋକ ଦିଆଯାଉଥିବା ଟିକା କରୋନାର ନୂଆ ରୂପ ବିରୋଧରେ ପ୍ରଭାବଶାଳୀ ହେବ କି ନାହିଁ ତାହା ପ୍ରଶ୍ନ ଉଠିଛି। ତେବେ ଭାରତ ପ୍ରସ୍ତୁତ କୋଭାକ୍ସିନ୍‌ ଟିକା କରୋନା ନୂଆ ରୂପକୁ ମାତ୍‌ ଦେଇପାରିବ ବୋଲି ରବିବାର ଭାରତ ବାୟୋଟେକ ଦାବି କରିଛି। ଭାରତ ଏବଂ ବ୍ରିଟେନରେ ମିଳୁଥିବା କରୋନା ରୂପ ବିରୋଧରେ ଏହି ଟିକା ପ୍ରଭାବଶାଳୀ ବୋଲି ଭାରତ ବାୟୋଟେକ କହିଛି। ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକର କୋଭୋକ୍ସିନ ଦେଶରେ ଚାଲିଥିବା ଟିକାକରଣ ଅଭିଯାନରେ ସର୍ବାଧିକ ବ୍ୟବହୃତ ହେଉଛି। କୋଭୋକ୍ସିନ ଏକ ସମ୍ପୂର୍ଣ୍ଣ ଭାରତ ବିକଶିତ ଟିକା ହୋଇଥିବାବେଳେ କୋଭିଶିଲ୍ଡ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେକା ଦ୍ୱାରା ଉତ୍ପାଦିତ।ପୁଣେର ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ଏହା ପ୍ରସ୍ତୁତ କରାଯାଉଛି।

ସୂଚନାଯୋଗ୍ୟ, ଦେଶରେ କରୋନା ଦ୍ୱିତୀୟ ଲହର ହେତୁ ଦୈନିକ ତିନି ଲକ୍ଷରୁ ଅଧିକ ନୂତନ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି ଏବଂ ଗତ ୧୫ ଦିନ ମଧ୍ୟରେ ପ୍ରତିଦିନ ହଜାର ହଜାର ଲୋକ ମରୁଛନ୍ତି। ଟିକାକରଣ କରୋନା ସହ ଲଢିବାର ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ ଭାବରେ ବିବେଚନା କରାଯାଇଛି। ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୧୮ କୋଟି ଲୋକଙ୍କୁ ଟିକା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.