banner
Breaking

ରାଜଧାନୀରେ ଖୋଲିଲା ଅକ୍ସିଜେନ୍ ବ୍ୟାଙ୍କ। ଦୁଇ ଘଣ୍ଟା ଭିତରେ ପହଞ୍ଚିବ ଲୋକଙ୍କ ଘରେ।

0

ନୂଆଦିଲ୍ଲୀ,୧୫।୫: କରୋନା ଆକ୍ରାନ୍ତଙ୍କ ଅକ୍ସିଜେନ୍‌ ଅଭାବ ପୂରଣ କରିବା ଲାଗି ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ୍‌ ବ୍ୟାଙ୍କ ଶନିବାରଠାରୁ ଆରମ୍ଭ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ପକ୍ଷରୁ ସୂଚନା ଦିଆଯାଇଛି। ଘରେ କ୍ୱାରାଣ୍ଟାଇନ୍‌ରେ ଥିବା ଆକ୍ରାନ୍ତଙ୍କୁ ମାତ୍ର ୨ ଘଣ୍ଟାରେ ଅକ୍ସଜେନ୍‌ କନସେନଟ୍ରେଟର ବ୍ୟାଙ୍କ ପହଞ୍ଚାଇ ଦିଆଯିବ। ପ୍ରତି ଜିଲାରେ ୨୦୦ କନସେନଟ୍ରେଟର ଥିବା ଅକ୍ସିଜେନ୍‌ ବ୍ୟାଙ୍କ ସ୍ଥାପନ କରାଯିବ। ୧୦୩୧କୁ କଲ୍‌ କଲେ ଅକ୍ସଜେନ୍‌ ବୁକିଂ ହୋଇପାରିବ। ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ କନସେନଟ୍ରେଟର ଯୋଗାଇ ଦିଆଯିବ। ଫେରସ୍ତ କରାଯାଇଥିବା କନସେନଟ୍ରେଟରକୁ ସାନିଟାଇଜ୍‌ କରାଯିବା ପରେ ଅନ୍ୟ ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.