banner
Breaking

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ୧୦ଟି ପ୍ରଶ୍ନ?

0

କୋଭିଡ୍‌ ଟିକା ଉତ୍ପାଦନକାରୀ କମ୍ପାନୀରେ ସରକାର ଅର୍ଥ ବିନିଯୋଗ କରିଥିବାରୁ ଟିକା ସର୍ବସାଧାରଣ ସାମଗ୍ରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କେନ୍ଦ୍ର ସରକାର ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ନୀତି କାହିଁକି ଆପଣାଉ ନାହାନ୍ତି ଏବଂ ୧୦୦ ପ୍ରତିଶତ ଟିକା କ’ଣ ପାଇଁ କିଣୁନାହାନ୍ତି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟ କେନ୍ଦ୍ରକୁ ପଚାରିଥିବା ୧୦ଟି ପ୍ରଶ୍ନ ନିମ୍ନରେ ଦିଆଗଲା।
କୋଭିଡ୍‌-୧୯ ସଂସ୍ପର୍ଶରେ ଆସୁଥିବା ସ୍ବାସ୍ଥ୍ୟସେବା କର୍ମଚାରୀମାନଙ୍କ ଚିକିତ୍ସା ପାଇଁ କ’ଣ କରିଛ?
ଟିକା କମ୍ପାନୀରେ କେନ୍ଦ୍ର ସରକାର କେତେ ଟଙ୍କା ବିନିଯୋଗ କରିଛନ୍ତି ଓ ଗତବର୍ଷ କେତେ ଅଗ୍ରିମ ଦେଇଛନ୍ତି? ଟିକା ବିକଶିତ କରିବାରେ ଗବେଷଣା ବାବଦକୁ କେନ୍ଦ୍ର ସରକାରଙ୍କ ଆର୍ଥତ୍କ ଅବଦାନ କେତେ ରହିଛି?
ଅକ୍ସିଜେନ୍‌ ଆବଣ୍ଟନ ସମ୍ପର୍କରେ ପ୍ରତି ମୁହୂର୍ତ୍ତର ତଥ୍ୟ ଦେଖାଇବା ପାଇଁ ବ୍ୟବସ୍ଥା କରାଯାଇପାରିବ କି?
ତୃତୀୟ ପର୍ଯ୍ୟାୟରେ ଟିକା ନେବା ପାଇଁ କୋଓ୍ବିନ ପୋର୍ଟାଲରେ ପଞ୍ଜୀକରଣ ବାଧ୍ୟତାମୂଳକ ହୋଇଥିବାବେଳେ ନିରକ୍ଷର ବ୍ୟକ୍ତି ଏବଂ ଯେଉଁମାନଙ୍କ ପାଖରେ ଇଣ୍ଟରନେଟ ସେବା ଉପଲବ୍ଧ ନାହିଁ ସେମାନଙ୍କ ପଞ୍ଜୀକରଣ ସମ୍ପର୍କରେ କେନ୍ଦ୍ର କିପରି ନିଶ୍ଚିତ ହେବ?
ଟିକା ନେବାରେ ଗୋଟିଏ ରାଜ୍ୟ ତୁଳନାରେ ଅନ୍ୟ ରାଜ୍ୟକୁ ପ୍ରାଥମିକତା ମିଳିବ କି?
କେନ୍ଦ୍ର ମାତ୍ର ୫୦% ଟିକା କିଣୁଥିବାବେଳେ ଘରୋଇ ଟିକା କମ୍ପାନୀର ନିରପେକ୍ଷତାକୁ ନେଇ କିପରି ସୁନିଶ୍ଚିତ ହେବ?
ରୟାଲ୍‌ଟି କମିଲେ ମଧ୍ୟ ଔଷଧ ଉତ୍ପାଦନ ଯେପରି ହୋଇପାରିବ, ସେ ନେଇ କେନ୍ଦ୍ର ସରକାର ରୋଗୀ ଆଇନର ଧାରା ୯୨ ଲାଗୁ କରିବା ଏବଂ ବାଧ୍ୟତାମୂଳକ ଲାଇସେନ୍ସ ଇସ୍ୟୁ ସମ୍ପର୍କରେ ବିଚାର କରୁଛି କି?
କୋଭିଡ୍‌-୧୯ର ମ୍ୟୁଟାଣ୍ଟ ଚିହ୍ନଟ କରିବା ଲାଗି ଲାବରେଟୋରିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି କି?
ହସ୍ପିଟାଲ ଦେୟ ନିୟନ୍ତ୍ରଣ ପାଇଁ କ’ଣ ପଦକ୍ଷେପ ନିଆଯାଇଛି? ଏଥିପାଇଁ ଜାତୀୟ ନୀତି ରହିଛି କି?
ଆଷ୍ଟ୍ରାଜେନିକା ଆମେରିକା ନାଗରିକଙ୍କୁ କମ୍‌ ଦାମ୍‌ରେ ଟିକା ଯୋଗାଉଥିବାବେଳେ ଆମେ କାହିଁକି ଅଧିକ ଗଣିବୁ?

Khansweb Solution Bhubaneswar

Leave A Reply

Your email address will not be published.