banner
Breaking

ଦିଲ୍ଲୀ ପରିସ୍ଥିତି ଅଣାୟତ। ସିବିଏସଇ ପରୀକ୍ଷା ବନ୍ଦ ପାଇଁ ଦାବି କଲେ କେଜିରୱ।ଲ

0

ନୂଆଦିଲ୍ଲୀ,୧୩।୪: ଦେଶରେ କରୋନା ଦ୍ୱିତୀୟ ଲହର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କରୋନା ଅଣାୟତ ହେଉଥିବା ବେଳେ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିବାରେ ଲାଗିଛି। ମଙ୍ଗଳବାର ଦିଲ୍ଲୀରେ ୧୩ହଜାର ୫ଶହ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥିତିରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସିବିଏସ୍‌ଇ ପରୀକ୍ଷା ବାତିଲ କରିବା ପାଇଁ କେନ୍ଦ୍ରସରକାରଙ୍କୁ ଦାବି କରିଛନ୍ତି। କରୋନାର ଏହି ନୂଆ ଷ୍ଟ୍ରେନ୍‌ ବହୁ ଭୟାବହ ହୋଇଥିବା ବେଳେ ଏହା ଯୁବଗୋଷ୍ଠୀ ଓ ପିଲାଙ୍କୁ ବହୁମାତ୍ରାରେ ସଂକ୍ରମିତ କରୁଛି। ସିବିଏସ୍‌ଇ ପରୀକ୍ଷା ଆୟୋଜିତ ହେଲେ ଏଥିରେ ୬ଲକ୍ଷ ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ଥିବା ବେଳେ ଏଥିରେ ୧ଲକ୍ଷ ଶିକ୍ଷୟତ୍ରୀ ଶିକ୍ଷକ ସାମିଲ ହେବେ। ଯାହା ସବୁଠାରୁ ବିପଦଜନ୍ନକ ଏବଂ ଏହି ପରୀକ୍ଷା ଯୋଗୁ କରୋନା ଦ୍ରୁତଗତିରେ ବ୍ୟାପିପାରେ। ତେଣୁ ଏହି ପରୀକ୍ଷା ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରସରକାରଙ୍କ ନିକଟରେ ଦାବି କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.