banner
Breaking

ଛୋଟପିଲା, ଯୁବବର୍ଗଙ୍କ ଉପରେ କରୋନା ପ୍ରଭାବ। ସତର୍କ ରୁହନ୍ତୁ।

0

ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଏପରିସ୍ଥଳେ ବିଶେଷଜ୍ଞଙ୍କ ପକ୍ଷରୁ ସତର୍କ ସୂଚନା ପ୍ରଦାନ କରାଯାଇଛି। ଛୋଟପିଲା, ଯୁବବର୍ଗ ଏବଂ ଗର୍ଭବତୀଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। କରୋନା ମାର୍ଗଦର୍ଶିକା ପାଳନ ସହିତ ମାସ୍କ୍‌ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ପ୍ରତିଦିନ ବୃଦ୍ଧି ପାଉଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଛୋଟପିଲା, ଯୁବବର୍ଗ ଏବଂ ଗର୍ଭବତୀମାନେ ଅଧିକ ରହିଥିବା ଦିଲ୍ଲୀ ଲୋକନାୟକ ହସ୍ପିଟାଲର ଏମ୍‌ଡ଼ି ଡାକ୍ତର ସୁରେଶ କୁମାର କହିଛନ୍ତି। ଦ୍ୱିତୀୟ ଲହରରେ ସଂକ୍ରମଣ ବ୍ୟାପିବା ବେଗ ଅଧିକ ରହିଛି। ତେଣୁ ସଭିଏଁ ସଚେତନ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.