banner
Breaking

ରାଜପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି।

0

ନୂଆଦିଲ୍ଲୀ,୨୬।୧: ସାରା ଦେଶ ଉତ୍ସାହ ଓ ଉଦ୍ଦିପନା ସହ ପାଳନ କରୁଛି ୭୨ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜପଥରେ ପହଞ୍ଚି ପତାକା ଉତ୍ତୋଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏହି ସମୟରେ ସେଠାରେ ଉପସ୍ଥିତ ରହିଥିଲେ । ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯିବା ସହ ୨୧ ତୋପ ସଲାମି ଦିଆଯାଇଥିଲା । ଏହାପରେ ଆରମ୍ଭ ହୋଇଛି ପରେଡ । ତିନି ସେନାର ପରାକ୍ରମ ଦେଖିବାକୁ ମଳିଛି ରାଜପଥରେ । ସବୁଠାରୁ ବଡ କଥା ହେଲା ଏଥର ସାଧାଣତନ୍ତ୍ର ଦିବସ ସମାରୋହର କେହି ବିଦେଶୀ ଅତିଥି ଯୋଗଦେଇ ନାହାଁନ୍ତି । ୫ ଦଶକରେ ଏହା ପ୍ରଥମଥର ହୋଇଛି । ତେବେ ୧୯୫୨, ୧୯୫୩ ଓ ୧୯୬୬ରେ ମଧ୍ୟ ସାଧାରଣତନ୍ତ୍ର ଦିବସରେ କେହି ବିଦେଶୀ ଅତିଥି ଯୋଗ ଦେଇ ନ ଥିବା ସୂଚନା ରହିଛି । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ମିଳିଥିଲେ ସୁଦ୍ଧା କରୋନା ମହାମାରୀ ଯୋଗୁ ସେ ଆସି ପାରି ନାହାନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.