banner
Breaking

ଜବାହାରଲାଲ ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ମୋଦି।

0

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଗତ ୧୯ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ରାଜ୍ୟ ଓ ଦେଶର ମୁଖ୍ୟ ଭାବେ ସୁଶାସନ ପ୍ରଦାନ କରିବା ସହ ୨୦ ବର୍ଷରେ ପଦାର୍ପଣ କରିଛନ୍ତି। ଏ କ୍ଷେତ୍ରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ରେକର୍ଡ ଭଙ୍ଗ କରିଛନ୍ତି।

ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମୋଦୀ ୪ ହଜାର ୬୦୭ଦିନ କାର୍ଯ୍ୟ କରିବା ପରେ ୨ ହଜାର ୩୩୪ଦିନ ପ୍ରଧାନମନ୍ତ୍ରୀ ଭାବେ କ୍ରମାଗତ କାର୍ଯ୍ୟ କରି ଆସୁଛନ୍ତି। ଏକ୍ଷେତ୍ରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୬ହଜାର ୧୩୦ଦିନର କାର୍ଯ୍ୟ ଦିବସକୁ ଅତିକ୍ରମ କରିଛନ୍ତି। ଶ୍ରୀ ମୋଦୀ କ୍ରମାଗତ ଭାବେ ୬ ହଜାର ୯୪୧ ଦିନ ଧରି ନିର୍ବାଚିତ ସରକାରରେ ରାଜ୍ୟ ଓ ଦେଶର ମୁଖ୍ୟ ଭାବେ କ୍ଷମତାରେ ରହିଛନ୍ତି।

କ୍ରମାଗତ ଭାବେ ସୁଶାସନ ପ୍ରଦାନ କରିବା କାର୍ଯ୍ୟରେ ବ୍ରତୀ ରହିଥିବାରୁ କେନ୍ଦ୍ର କ୍ୟାବିନେଟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଶ୍ରୀ ମୋଦୀଙ୍କୁ ପ୍ରଶଂସା କରିବା ସହ ଅଭିନ୍ଦନନ ଜଣାଇଛନ୍ତି।

ସେହିପରି କ୍ରମାଗତ ଭା​ବେ ୧୯ ବର୍ଷ ଧରି‌ ନିର୍ବାଚିତ ସରକାରରେ ରାଜ୍ୟ ତଥା ରାଷ୍ଟ୍ର ମୁଖ୍ୟ ଭାବେ କାର୍ଯ୍ୟ କରି ୨୦ ବର୍ଷରେ ପଦାର୍ପଣ କରିଥିବାରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.