banner
Breaking

୨୮ ବର୍ଷ ପରେ ପ୍ରକାଶ ପାଇଲା ବାବ୍ରୀ ମସଜିଦ ରାୟ। ଏହା କୌଣସି ଷଡଯନ୍ତ୍ର ନଥିଲା।

0

ନୂଆଦିଲ୍ଲୀ, ୩୦।୯: ଗତ ୨୮ ବର୍ଷ ତଳେ ଘଟିଥିବା ବାବ୍ରି ମସଜିଦ୍‌ ଭଙ୍ଗା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ମସଜିଦ୍‌ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ନା କରସେବକଙ୍କ ମଧ୍ୟରେ ଦୀର୍ଘଦିନ ଧରି ସୃଷ୍ଟି ହୋଇଥିବା କ୍ରୋଧ ଯୋଗୁ ଏଭଳି ହୋଇଥିଲା, ଏହାର ଫଇସଲା ସିବିଆର ସ୍ବତନ୍ତ୍ର କୋର୍ଟ କରିଛନ୍ତି। ଏହି ଘଟଣା ପୂର୍ବ ନିୟୋଜିତ ନ ଥିଲା। ଏଥିପାଇଁ କୌଣସି ଷଡ଼ଯନ୍ତ୍ର ହୋଇ ନ ଥିଲା। ସମସ୍ତ ୩୨ ଅଭିଯୁକ୍ତଙ୍କୁ କୋର୍ଟ ଖଲାସ କରିଛନ୍ତି। ଫଳରେ ଲାଲ୍‌କୃଷ୍ଣ ଆଡ଼ଓ୍ବାଣୀ, ମୂରଲୀ ମନୋହର ଯୋଶୀ, କଲ୍ୟାଣ ସିଂ,ଉମା ଭାରତୀ, ମହନ୍ତ ନୃତ୍ୟ ଗୋପାଳ ଦାସ ଆଦି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଲକ୍ଷ୍ନୌର ସ୍ପେଶାଲ ସିବିଆଇ କୋର୍ଟ ବିଚାରପତି ସୁରେନ୍ଦ୍ର କୁମାର ଯାଦବ ନିଜ କାର୍ଯ୍ୟକାଳର ଶେଷ ଦିନରେ ଏହି ଶେଷ ରାୟ ଶୁଣାଇଛନ୍ତି। ଏହାପରେ ବିଚାରପତି ସୁରେନ୍ଦ୍ର ଅବସର ଗ୍ରହଣ କରିଛନ୍ତି। ଏକ ହଜାର ପୃଷ୍ଠାର ଫଇସଲା କୋର୍ଟରେ ପଢ଼ାଯାଇଥିଲା। ବିବାଦୀୟ ସ୍ଥଳରେ କରସେବା କରାଯିବାର ଯୋଜନା ଥିଲା। ମାତ୍ର ଶହ ଶହ ସଂଖ୍ୟାରେ କରସେବକ ଯୋଗଦେବାରୁ ପରିସ୍ଥିତି ଅଣାୟତ ହୋଇଥିଲା ବୋଲି କୋର୍ଟ କହିଛନ୍ତି। ଲାଲ୍‌କୃଷ୍ଣ ଆଡ଼ଓ୍ବାଣୀ, ମୂରଲୀ ମନୋହର ଯୋଶୀ, କଲ୍ୟାଣ ସିଂ,ଉମା ଭାରତୀ, ମହନ୍ତ ନୃତ୍ୟ ଗୋପାଳ ଦାସ ଏବଂ ସତିଶ ପ୍ରଧାନ ଆଦି ୬ ଜଣ କୋର୍ଟରେ ଉପସ୍ଥିତ ନ ହୋଇ ଭିଡ଼ିଓ କନଫରେନ୍ସିଂରେ କୋର୍ଟର ଫଇସଲା ଶୁଣିଥିଲେ। ଅନ୍ୟ ୨୬ ଜଣ କୋର୍ଟରେ ଉପସ୍ଥିତ ଥିବା ନେଇ ଆଇନଜୀବୀ କେ.କେ.ମିଶ୍ର ବିଚାରପତିଙ୍କୁ ସୂଚନା ଦେଇଥିଲେ। ଏହି ମାମଲାରେ ୪୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ଘଟି ସାରିଛି। ସୂଚନାଯୋଗ୍ୟ, ଏହି ମାମଲାରେ କୋର୍ଟରେ ୬୦୦ ତଥ୍ୟ ସମ୍ବଳିତ ୨୫୦୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରାଯାଇଥିବାବେଳେ ୪୦ ହଜାର ସାକ୍ଷୀଙ୍କ ମଧ୍ୟରୁ ୩୫୧ ଜଣ ସାକ୍ଷୀ କୋର୍ଟରେ ପହଞ୍ଚିଥିଲେ। ସେମାନଙ୍କ ବୟାନ ରେକର୍ଡ କରାଯାଇଥିଲା। ଏନେଇ ୧୭ ବର୍ଷ ଯାଞ୍ଚ୍‌ ଜାରି ରହିଥିଲା।

Khansweb Solution Bhubaneswar

Leave A Reply

Your email address will not be published.