banner
Breaking

ଜିମ୍ ଓ ଯୋଗକେନ୍ଦ୍ର ପାଇଁ ଜାରିହେଲା ଗାଇଡଲାଇନ୍।

0

ନୂଆଦିଲ୍ଲୀ,୩/୮(ଓଡ଼ିଆ ନ୍ୟୁଜ): ଦେଶ ଓ ରାଜ୍ୟରେ ଅନଲକ – ୩.ଆରମ୍ଭ ହୋଇଯାଇଛି । ଅନଲକ ୩ ରେ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବା ପାଇ ଅନୁମତି ମିଳିଛି । କିନ୍ତୁ କରୋନା ପାଇଁ ସତର୍କତା ଜରୁରୀ ତେଣୁ ଜିମ୍ ଓ ଯୋଗ କେନ୍ଦ୍ର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ଥିବା ଜିମ୍ ଓ ଯୋଗ କେନ୍ଦ୍ର ବନ୍ଦ ରହିବ । ଅବରୋଧ ଅଞ୍ଚଳ ବାହାରେ ଥିବା ଜିମ୍ ଓ ଯୋଗ କେନ୍ଦ୍ର ଖୋଲାଯିବ । ୬୫ବର୍ଷରୁ ଅଧିକ ବ୍ୟକ୍ତି, ଗର୍ଭବତୀ ଓ ଶିଶୁଙ୍କୁ ଜିମ୍ ଓ ଯୋଗ କେନ୍ଦ୍ରକୁ ଅନୁମତି ନାହିଁ । ସରକାରଙ୍କ ପକ୍ଷରୁ ଥିବା ସ୍ୱାସ୍ଥ୍ୟଗତ ନିୟମ ଜିମ ଓ ଯୋଗ କେନ୍ଦ୍ର ମାନିବେ ।

ସେହିପରି ଯୋଗ କେନ୍ଦ୍ରରେ ୬ ଫୁଟର ଦୂରତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯୋଗ କେନ୍ଦ୍ରରେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ହୋଇଛି । ଯୋଗଭ୍ୟାସ ପାଇଁ ନିଜ ସାଥିରେ ମ୍ୟାଟ ଆଣିବେ । ଲାପ୍ଟରୟୋଗା ପାଇଁ ଅନୁମତି ମିଳିବନି । ଶ୍ୱାସ କ୍ରିୟାରେ କଷ୍ଟ ଅନୁଭବ କଲେ ଯୋଗାଭ୍ୟାସ, ବ୍ୟାୟାମରୁ ନିବୃତ୍ତ ରହିବେ । ଯୋଗ କେନ୍ଦ୍ର , ଜିମର ଶୌଚାଳୟ ବ୍ୟବହାର ପୂର୍ବରୁ ଓ ପରେ ସାନିଟାଇଜ କରାଯିବ । ବ୍ୟାୟାମ ଉପକରଣ ଗୁଡ଼ିକୁ ପ୍ରତି ସେସନ ପରେ ସଫା କରାଯିବ । ଯୋଗ କେନ୍ଦ୍ର ପରିସରରେ ଛେପ ପକାଇବାକୁ ମନା ହୋଇଛି ।

ଏହାସହ ବ୍ୟୟାମ ଚାଲିଥିବା ବେଳେ ଚଟାଣକୁ ସଫା କରାଯିବ । ଜିମରେ ପ୍ରତି ବ୍ୟାୟାମ ଉପକରଣ ପାଖରେ ସାନିଟାଇଜ ରଖାଯିବ । ସମସ୍ତ ଉପକରଣ ବ୍ୟବହାର କରିବା ପୂର୍ବରୁ ହାତକୁ ସାନିଟାଇଜ କରିବା ବାଧ୍ୟତାମୂଳକ ହୋଇଛି । ଲକର, ଚେଞ୍ଜିଙ୍ଗ ଏରିଆ, ସାୱାର ରୁମ ସାନିଟାଇଜ କରାଯିବ । ଜିମ ବନ୍ଦ ହେବା ପୂର୍ବରୁ ଉପକରଣଗୁଡ଼ିକୁ ଭଲରେ ବିଷୋଧନ କରାଯିବ । ଏହାସହ ସମସ୍ତେ ଆରୋଗ୍ୟ ସେତୁ ଆପ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.