banner
Breaking

ଦିଲ୍ଲୀରେ ଭୂକମ୍ପ ଅନୁଭୂତ।

0

ନୂଆଦିଲ୍ଲୀ,୨୯/୫(ବ୍ୟୁରୋ) : ଦିଲ୍ଲୀ –ଏନସିଆର ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ହରିୟାଣାର ରୋହତକରେ ଏହାର କେନ୍ଦ୍ର ଥିବାବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୬ ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ରାତି ୯ଟା ୮ ମିନିଟରେ ଭୂମିକମ୍ପର ଝଟକା ଦେଖିବାକୁ ମିଳିଛି। ଦିଲ୍ଲୀ –ଏନସିଆର ଅଞ୍ଚଳରେ ଭୂମିକମ୍ପ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଭୂକମ୍ପ ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶର ନୋଏଡା, ଗଜିଆବାଦ ଆଦି ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା। ଏହି ଭୂ-କମ୍ପ ଯୋଗୁ କୌଣିସି ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଜଣାପଡି ନାହିଁ। ଯଦିଓ ଏହାର ତିବ୍ରତା ଅଧିକ ନଥିଲା, ମାତ୍ର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସୂଚନା ଯୋଗ୍ୟ ଚଳିତ ମାସରେ ପୂର୍ବରୁ ମଧ୍ୟ ଭୂ-କମ୍ପ ଝଟକା ଦେଖାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.