banner
Breaking

ଆଟୋ ଓ ଟ୍ୟାକ୍ସି ଚାଳକଙ୍କୁ ମିଳିବ ପାଞ୍ଚ ହଜାର।

0

ନୂଆଦିଲ୍ଲୀ,୨/୪: ଅଟୋ-ଟ୍ୟାକ୍ସି ଓ ଇ-ରିକ୍ସା ଚଳାଉଥିବା ଲୋକଙ୍କୁ ୫- ହଜାର ଟଙ୍କାର ଦେବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ତାଙ୍କ ପାଖକୁ ଲଗାତାର ଅଟୋ-ଟ୍ୟାକ୍ସି ଓ ରିକ୍ସା ଚାଳକଙ୍କଠାରୁ କଲ୍ ଆସୁଛି । କରୋନା ଭାଇରସ୍ ଓ ଲକ୍-ଡାଉନ୍ କାରଣରୁ ସେମାନେ ଅନାହାରରେ ଅଛନ୍ତି । ସେମାନଙ୍କ ଘରେ ଖାଦ୍ୟ ସାମଗ୍ରୀ ନାହିଁ । ସେମାନଙ୍କ ସୂଚନା ଆମ ପାଖରେ ନଥିବାରୁ ସେ ବିଷୟରେ ତଦନ୍ତ ଆରମ୍ଭ ହୋଇଛି । ଖୁବଶୀଘ୍ର ସେମାନଙ୍କୁ ସହାୟତା ପ୍ରଦାନ କରାଯିବ । ଏଥିସହ ସେ କହିଛନ୍ତି ଯେ, ପ୍ରତିଦିନ ୫ରୁ ୬ ଲକ୍ଷ ଲୋକ ଆଶ୍ରୟ ଗୃହରେ ଖାଦ୍ୟ ଖାଉଛନ୍ତି । ସମସ୍ତଙ୍କୁ ଲକ୍-ଡାଉନ୍ ନିୟମ ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି 

Khansweb Solution Bhubaneswar

Leave A Reply

Your email address will not be published.