banner
Breaking

ଲକଡାଉନ୍ ମାଧ୍ୟମରେ ୨୧ ଦିନ ଯୁଦ୍ଧର ଡାକରା ଦେଲେ ମୋଦି

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତାଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀର ଜନସାଧାରଣଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ବାରଣାସୀର ସାଂସଦ ଭାବେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତରେ ସେ ସେମାନଙ୍କ ଗହଣରେ ରହିବା କଥା। ମାତ୍ର ଦିଲ୍ଲୀରେ ଚାଲିଥିବା ପରିସ୍ଥିତି କାରଣରୁ ତାହା ସମ୍ଭବ ହୋଇପାରୁ ନାହିଁ। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ତ୍ବେ ସେ ନିୟମିତ ଭାବେ ନିଜ ସହଯୋଗୀମାନଙ୍କ ଠାରୁ ବାରଣାସୀର ସ୍ଥିତି ସମ୍ପର୍କରେ ଖବର ସଂଗ୍ରହ କରୁଛନ୍ତି। କରୋନା ମହାମାରୀ ବ୍ୟାପିବା ପରେ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ।
କରୋନା ଭୂତାଣୁ ବିରୋଧରେ ଦେଶର ଲଢ଼େଇକୁ ସବଳ କରିବା ଲାଗି ଦେବୀ ଶୈଳପୁତ୍ରୀଙ୍କ ନିକଟରେ ପରମ୍ପରା ମୁତାବକ ପ୍ରାର୍ଥନା କରିବା ନିମନ୍ତେ ବାରଣାସୀର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ ଯେ, “ଅନେକ ସମୟରେ ଲୋକମାନେ ଗୁରୁତ୍ୱପୂର୍ଣ୍ଣ କଥା ପ୍ରତି ଧ୍ୟାନ ଦିଅନ୍ତି ନାହିଁ, ବର୍ତ୍ତମାନ ଭାରତରେ ତାହା ହିଁ ଘଟୁଛି।” ତଥ୍ୟକୁ ବୁଝିବା ଏବଂ ଗୁଜବକୁ ବିଶ୍ୱାସ ନକରିବା ନିମନ୍ତେ ସେ ଲୋକମାନଙ୍କୁ ଅନୁରୋଧ କରିଥିଲେ। ସେ ଆହୁରି କହିଥିଲେ ଯେ କରୋନା ଭୂତାଣୁ ଧନୀ ଓ ଗରିବଙ୍କ ମଧ୍ୟରେ ପ୍ରଭେଦ ଦେଖିନଥାଏ, ଏହା କାହାକୁ ମଧ୍ୟ ଛାଡ଼ିବ ନାହିଁ। କାବୁଲ ଗୁରୁଦ୍ୱାରାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ଜ୍ଞାପନ କରିଥିଲେ।
କରୋନା ଭୂତାଣୁ ସମ୍ପର୍କରେ ସଠିକ ସୂଚନା ଦେବା ଲାଗି ହ୍ୱାଟ୍ସଆପ ସହିତ ମିଶି ସରକାର ଏକ ହେଲ୍ପ ଡେସ୍କ ପ୍ରତିଷ୍ଠା କରିଛନ୍ତି। ଇଂରାଜୀ କିମ୍ବା ହିନ୍ଦୀରେ ‘ନମସ୍ତେ’ ଲେଖି ୯୦୧୩୧୫୧୫୧୫ ହ୍ୱାଟ୍ସ ଆପ ନମ୍ବରରେ ମେସେଜ କଲେ ସଠିକ ସୂଚନା ମିଳିପାରିବ। ମହାଭାରତ ଯୁଦ୍ଧରେ ଜିତିବା ଲାଗି ୧୮ ଦିନ ଲାଗିଥିଲା କରୋନା ଭୂତାଣୁ ବିରୋଧରେ ଲଢ଼ିବାକୁ ଭାରତକୁ ୨୧ ଦିନ ଆବଶ୍ୟକ।
ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଅନୁରୋଧ କରିଥିଲେ ଯେ ଯଦି ସେମାନେ ଡାକ୍ତର ଓ ନର୍ସଙ୍କୁ ଦୁର୍ବ୍ୟବହାର କରୁଥିବା କୌଣସି ସ୍ଥାନରେ ଦେଖନ୍ତି ତେବେ ସେମାନେ ଭୁଲ କାମ କରୁଥିବା ଲୋକମାନଙ୍କୁ ଚେତାଇଦେବା ଉଚିତ। ଏହି ଜଟିଳ ସମୟରେ ସେବା ଯୋଗାଉଥିବା ଡାକ୍ତର, ନର୍ସ ଏବଂ ଅନ୍ୟ ପେସାଦାରଙ୍କୁ ସହଯୋଗ କିମ୍ବା ସମର୍ଥନ କରୁନଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଡିଜିପିମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିବା କହିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଠିକ ସମୟରେ ଠିକ ପଦକ୍ଷେପ ଗ୍ରହଣ କରିବାରେ ଦେଶର ସାଧାରଣ ନାଗରିକ ବିଶ୍ୱାସ କରିଥାଏ। ସେ କହିଥିଲେ, ୨୨ ମାର୍ଚ୍ଚରେ ଦେଶର ସମସ୍ତ ନାଗରିକ ଜନତା କର୍ଫ୍ୟୁକୁ ସମର୍ଥନ କରିଥିଲେ ଏବଂ ପରେ ଅପରାହ୍ଣ ୫ଟା ସମୟରେ ଜରୁରୀ ସେବା ଯୋଗାଇ ଦେଉଥିବା ପେସାଦାରମାନଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ।
ସେ ଆହୁରି କହିଥିଲେ ଯେ ଡାକ୍ତରଖାନାଗୁଡ଼ିକରେ ଧଳା ୟୁନିଫର୍ମରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟସେବା ବୃତ୍ତିଧାରୀମାନେ ଆମ ପାଇଁ ଭଗବାନ ସଦୃଶ। ସେମାନେ ନିଜ ଜୀବନକୁ ବାଜି ଲଗାଇ ଆମକୁ ରୋଗ କବଳରୁ ରକ୍ଷା କରୁଛନ୍ତି। ସେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବର୍ଗର ଜନସାଧାରଣଙ୍କ ପ୍ରଶ୍ନର ଉତର ଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.