banner
Breaking

ପାର୍ଲିଆମେଣ୍ଟରେ ବିଜେଡିକୁ ମିଳିପାରେ ଉପ-ବାଚସ୍ପତି ଆସନ।

0

ଭୁବନେଶ୍ୱର,(ବ୍ୟୁରୋ): ପାର୍ଲାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବଜେଟ ଅଧିବେଶନ ଜାରି ରହିଛି। ଓମ୍‌ ବିର୍ଲା ବାଚସ୍ପତି ଭାବେ ନିଜ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କୁ ସହାୟତା କରିବା ପାଇଁ ଉଦ୍ଦିଷ୍ଟ ଉପବାଚସ୍ପତି ପଦ ଖାଲିପଡ଼ିଛି। କିଛିମାସର ବ୍ୟବଧାନ ପରେ ଏହି ପଦବୀ ପୂରଣ ନେଇ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ତେଣୁ ଓଡ଼ିଶାରୁ ୧୨ ଆସନ ସହ ପ୍ରତିନିଧିତ୍ୱ କରୁଥିବା ବିଜେଡିକୁ ଭାଜପା ଏହି ପଦ ଛାଡ଼ିପାରେ ବୋଲି କୁହାଯାଉଛି।
ସାଧାରଣ ନିର୍ବାଚନ ସରିବା ପରେ ମହାରାଷ୍ଟ୍ରର ଶିବସେନା ଲୋକ ସଭା ବାଚସ୍ପତି ପଦ ପାଇଁ ଦୃଢ଼ ଦାବିଦାର ଥିଲା। ହେଲେ ଗତବର୍ଷ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନୂଆ ସମୀକରଣ ଆଣିଛି। ଦୀର୍ଘଦିନର ସହଯୋଗୀ ଶିବସେନା ଭାଜପାଠୁ ଅଲଗା ହୋଇଛି। ଅପରପକ୍ଷରେ ବିଜେଡି ବିଭିନ୍ନ ଜାତୀୟ ପ୍ରସଙ୍ଗରେ ଭାଜପାକୁ ପାର୍ଲାମେଣ୍ଟରେ ସମର୍ଥନ ଦେଇଆସିଛି। ତେଣୁ ବିଜେଡି ଏହି ପଦକୁ ହାତେଇବାର ଯଥେଷ୍ଟ ସମ୍ଭାବନା ଥିବା କୁହାଯାଉଛି। କଟକରୁ ପ୍ରତିନିଧିତ୍ୱ କରୁଥିବା ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଦଳର ସବୁଠୁ ସଂସଦୀୟ ଅଭିଜ୍ଞତା ଥିବା ସଦସ୍ୟ ହୋଇଥିବାରୁ ଭର୍ତ୍ତୃହରିଙ୍କୁ ଉପବାଚସ୍ପତି କରାଯିବା ନେଇ ଆଲୋଚନା ହେଉଛି। ବର୍ତ୍ତମାନ ବାଚସ୍ପତି ବିର୍ଲାଙ୍କ ସମେତ ଭର୍ତ୍ତୃହରି, ଏନ୍‌.କେ ପ୍ରେମଚନ୍ଦ୍ରନ୍‌, ରମା ଦେବୀ, କିରିଟ୍‌ ପି ସୋଲାଙ୍କୀ, ରାଜେନ୍ଦ୍ର ଆଗ୍ରୱାଲ, କୋଡିକୁନ୍ନିଲ ସୁରେଶ, ଏ.ରାଜା, ପିଭି ମିଧୁନ ରେଡ୍ଡୀ, କାକୋଳି ଘୋଷ ଦଷ୍ଟିଦାର ଏବଂ ମୀନାକ୍ଷା ଲେଖି ଲୋକ ସଭା ପରିଚାଳନା ପ୍ୟାନେଲର ସଦସ୍ୟ ରହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.