banner
Breaking

ହି°ସା ସମାଧାନର ବାଟ ନୁହେଁ। ଦିଲ୍ଲୀରେ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କଲେ କେଜରିଓ୍ବାଲ

0

ନୂଆଦିଲ୍ଲୀ,୨୫/୨(ଓଡ଼ିଆ ନ୍ୟୁଜ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦେଶବ୍ୟାପି ଆନ୍ଦୋଳନ ପ୍ରଦର୍ଶନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରେ ଦେଖାଦେଇଥିବା ହିଂସା ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସହିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ବୈଠକରେ ଯୋଗଦେଇଛନ୍ତି। ବୈଠକ ଶେଷ ପରେ କେଜରିଓ୍ବାଲ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବ। ବୈଠକରେ ଯୋଗଦେବା ପୂର୍ବରୁ କେଜରିଓ୍ବାଲ କହିଥିଲେ ଯେ, କମ୍‌ ପୋଲିସ କର୍ମଚାରୀ ଥିବାରୁ ହିଂସାକାଣ୍ଡକୁ ସହଜରେ ନିୟନ୍ତ୍ରଣ କରାଯାଇ ପାରୁନାହି।

ଅନ୍ୟପକ୍ଷରେ ମଙ୍ଗଳବାର ବିଧାୟକ ଓ ଅଧିକାରୀଙ୍କ ସହ ଜରୁରୀକାଳୀନ ବୈଠକ ପରେ କେଜରିୱାଲ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦିଲ୍ଲୀରେ ଯେଉଁ ହିଂସା ହେଉଛି ତାହା ଠିକ୍ ନୁହେଁ। କେହି ବି ଏହି ହିଂସାର ଶିକାର ହୋଇପାରନ୍ତି। ହସ୍ପିଟାଲ ଓ ଦମକଳ ବାହିନୀ ସଜାଗ ରହିଛନ୍ତି। ଦିଲ୍ଲୀବାସୀଙ୍କୁ ଶାନ୍ତି ବଜାୟ ରଖିବାକୁ କେଜରିୱାଲ ଅନୁରୋଧ କରିଛନ୍ତି।ଦମକଳ ବିଭାଗ କର୍ମଚାରୀ ପୁଲିସ ସହ ତାଳ ଦେଇ କାର୍ଯ୍ୟ କରୁଛନ୍ତି। ହିଂସା ସମୟରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ତଳ ସ୍ତରର ପୁଲିସ କର୍ମୀଙ୍କ ଅଧିକାର ନାହିଁ। ଏଥିପାଇଁ ଉଚ୍ଚପଦସ୍ତ ଅଧିକାରୀଙ୍କଠାରୁ ଅନୁମତି ନେବାକୁ ପଡିଥାଏ ଏବଂ ସେମାନଙ୍କୁ ଅନୁମତି ମିଳିଯିବା ଆବଶ୍ୟକ ବୋଲି କେଜରିୱାଲ କହିଛନ୍ତି।

ଏହା ସହ କେଜରିୱାଲ ଆହୁରି କହିଛନ୍ତି ଯେ, ଗତ କିଛି ଦିନ ହେବ ଦିଲ୍ଲୀର କିଛି ଅଞ୍ଚଳରେ ହିଂସା ଲାଗି ରହିଛି। ଏହା ଚିନ୍ତାର ବିଷୟ। ହିଂସା ଦ୍ବାରା କୌଣସି ସମସ୍ୟାର ସମାଧାନ ହେବ ନାହିଁ। ହିଂସା ଘଟାଇବା ପାଇଁ ବାହାରୁ ଲୋକ ଆସୁଛନ୍ତି ବୋଲି କେଜରିୱାଲ ଅଭିଯୋଗ କରିଛନ୍ତି। ତେଣୁ ଦିଲ୍ଲୀ ସୀମାନ୍ତକୁ ସିଲ୍ କରିବା ପାଇଁ ସେ ବୈଠକ ଆଲୋଚନା କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.