banner
Breaking

ଦିଲ୍ଲୀ ବିଧାନସଭା ନିର୍ବାଚନ। ଭୋଟ ଦେଲେ ରାଷ୍ଟ୍ରପତି, ଉପ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ।

0

ନୂଆଦିଲ୍ଲୀ,୮।୨(ଓଡ଼ିଆ ନ୍ୟୁଜ): ଦିଲ୍ଲୀ ବିଧାନସଭାର ୭୦ ଆସନ ପାଇଁ ଶନିବାର ସକାଳ ୮ଟାଠାରୁ ମତଦାନ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜାରି ରହିଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟି ଗ୍ରହଣ କରାଯିବ। ପୂର୍ବ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କୋଟିଏ ୭୪ ଲକ୍ଷ ୮୬ ହଜାର ୩ଶହ ୮୨ ଜଣ ଭୋଟର କରିବେ। ଏହି ଅବସରରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସସ୍ତ୍ରୀକ ନିଜର ନାଗରିକତ୍ୱ ଅଧିକାର ସାବ୍ୟସ୍ତ କରିଛନ୍ତି। ସେ ସ୍ତ୍ରୀ ସବିତା କୋବିନ୍ଦଙ୍କ ସହିତ ପ୍ରେସିଡେଣ୍ଟ୍‌ ଇଷ୍ଟେଟ୍‌ ସ୍ଥିତ ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ଭୋଟ ଦେଇଛନ୍ତି।

ସେହିପରି ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ସେ ପାଣ୍ଡବ ନଗରର ଏମ୍‌ସିଡି ସ୍କୁଲସ୍ଥିତ ମତଦାନ କେନ୍ଦ୍ରରେ ସ୍ତ୍ରୀ ସୀମା ସିସୋଦିଆଙ୍କ ସହିତ ମୁଣ୍ଡରେ ଏଏପି ଟୋପି ପିନ୍ଧି ପହଞ୍ଚି ଭୋଟ ଦେଇଛନ୍ତି। ସୂଚନାଯୋଗ୍ୟ, ମନିଶ ପ୍ରତାପଗଞ୍ଜ ବିଧାନସଭା ଆସନରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପକ୍ଷରୁ ନିର୍ବାଚନ ଲଢୁଛନ୍ତି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମାତା ଗୀତା ଦେବୀ ଏବଂ ପିତା ଗୋବିନ୍ଦରାମ କେଜରିଓ୍ବାଲଙ୍କ ପାଦଛୁଇଁ ଆଶୀର୍ବାଦ ନେଇ ଭୋଟ ଦେଇଛନ୍ତି। ସେ ସପରିବାର ସିଭିଲ୍‌ ଲାଇନ୍ସ୍‌ର ଏକ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି। ବହୁସଂଖ୍ୟାରେ ଭୋଟ ଦେବା ଲାଗି ସେ ଭୋଟରଙ୍କୁ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ ହେବା ସହିତ ଏକ ସଶକ୍ତ ସରକାର ଗଠନ ହୋଇପାରିବ ବୋଲି ସେ କହିଛନ୍ତି। ଶାହିନ ବାଗ୍‌ରେ ଭୋଟର ଲମ୍ବା ଲାଇନ୍‌ରେ ଦୀର୍ଘ ସମୟ ଅପେକ୍ଷା କରି ନିଜର ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି। ଏଠାରେ ଭୋଟିଂ ପାଇଁ ମହିଳାଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳୁଛି।

Khansweb Solution Bhubaneswar

Leave A Reply

Your email address will not be published.