banner
Breaking

କେଜିରଓ୍ବାଲଙ୍କୁ ହତ୍ୟା ଧମକ

0

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ମୁଣ୍ଡକା ଅଞ୍ଚଳରେ ରହୁଥିବା ଜୟ ପ୍ରକାଶ ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ସୂଚନା ମିଳିଛି। ବ୍ୟକ୍ତି ଜଣଙ୍କ ବିଳମ୍ବିତ ରାତିରେ ପୋଲିସକୁ ଡାକି କେଜ୍‌ରିଓ୍ବାଲଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଜଣାପଡିଛି। ପୋଲିସ କହିବାନୁଯାୟୀ, ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଭଲ ନୁହଁ। ତେବେ ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇ ନ ଥିବା ପୋଲିସ କହିଛି।

Khansweb Solution Bhubaneswar

Leave A Reply

Your email address will not be published.