banner
Breaking

ଦିଲ୍ଲୀରେ ଭୟାନକ ଶୀତ

0

ନୂଆଦିଲ୍ଲୀ,୧୩।୧: ରାଜଧାନୀ ଦିଲ୍ଲୀରେ କିଛି ଦିନରୁ ଶୀତ ଲହରୀରୁ ଟିକେ ଆଶ୍ୱସ୍ତି ମିଳିଥିବା ବେଳେ ଏବେ ପୁଣି ଥରେ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟ ପାଇଁ ଆଲର୍ଟ ଜାରି କରାଯାଇଛି। ଆସନ୍ତ ୪୮ଘଣ୍ଟା ମଧ୍ୟରେ ଦିଲ୍ଲୀ ସମେତ ପଶ୍ଚିମ ଓ ଉତ୍ତର ଭାରତରେ ଏହି ବର୍ଷର ସବୁଠାରୁ ଭୟଙ୍କର ଥଣ୍ଡା ଅନୁଭୂତ ହୋଇପାରେ ବୋଲି କୁହାଯାଉଛି। ଜାନୁଆରୀ ୧୫ ଓ ୧୬ରେ ହଠାତ୍‌ ପାରଦ ତଳକୁ ଖସିପାରେ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହି ସମୟରେ ଦିଲ୍ଲୀର ମୁଖ୍ୟ ଅଞ୍ଚଳରେ ଶୂନରୁ ୧ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହିପାରେ। ସେହିପରି ଗୁରୁଗ୍ରାମରେ ମାଇନସ୍‌ ୧ ଡିଗ୍ରୀକୁ ତାପମାତ୍ରାରେ ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରାଜ୍ୟରେ ଏହି ସମୟରେ ପ୍ରବଳ ଥଣ୍ଡା ହେବା ସହ ଅତ୍ୟଧିକ ଘନ କୁହୁଡି ମଧ୍ୟ ଦେଖାଦେଇପାରେ। ଜାନୁଆରୀ ୨୦ ପର୍ଯ୍ୟନ୍ତ ଏହି ଶୀତ ଲହରୀ ଜାରି ରହିବା ସହ ରାଜସ୍ଥାନର କିଛି ଅଞ୍ଚଳରେ ମଧ୍ୟ ତାପମାତ୍ରା ଶୂନରୁ ବି ଆହୁରି କମ୍‌ ହେବାର ଆଶଙ୍କା କରାଯାଉଛି।

Khansweb Solution Bhubaneswar

Leave A Reply

Your email address will not be published.