banner
Breaking

ରାଜଧାନୀରେ ପ୍ରବଳ ଶୀତ

0

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପ୍ରବଳ ଥଣ୍ଡାର ପ୍ରକୋପ ଜାରି ରହିଛି। ଥଣ୍ଡା ନିଜର ରେକର୍ଡ ଭାଙ୍ଗୁ ଥିବା ଦେଖାଯାଉଛି। ଥରାଇ ଦେଉଥିବା ଥଣ୍ଡାରେ ଦିଲ୍ଲୀର ୩ଟି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀରୁ ମଧ୍ୟ କମ୍‌‌ ରହିଛି। ଆଜି ଦିଲ୍ଲୀର ରିଜ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ସଫଦରଗଞ୍ଜରେ ୨.୨ ଓ ଆୟାନଗରରେ ୩.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଦିଲ୍ଲୀର ହାଡ ଭଙ୍ଗା ଶୀତରେ ଲୋକେ ବ୍ୟସ୍ତ ହୋଇ ପଡିଛନ୍ତି। ଏକ ସପ୍ତାହ ପୂର୍ବରୁ ଘନ କୁହୁଡି କାରଣରୁ ଧନଜୀବନ ଅସ୍ତବ୍ୟସ୍ତ ହୋଇ ଉଠିଥିଲା। ସେହିପରି ଶୁକ୍ରବାର ଭଳି ଶନିବାର ମଧ୍ୟ ଦିଲ୍ଲୀରେ ଶିମଳା ଠାରୁ ଅଧିକ ଥଣ୍ଡା ଅନୁଭବ ହୋଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ରବିବାର ଥଣ୍ଡାରୁ ସାମାନ୍ୟ ଆଶ୍ୱସ୍ତି ମିଳିବ। ଶନିବାର ଦିନ ସର୍ବାଧିକ ତାପମାତ୍ରା ୧୮ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ହେବାର ସମ୍ଭାବନା ଅଛି । ଏହା ପରେ ରବିବାର ଠାରୁ ତାପମାତ୍ରା ଆହୁରି ବୃଦ୍ଧି ପାଇବା ଆରମ୍ଭ କରିବ । ଜାନୁଆରୀ ୧୨ ସୁଦ୍ଧା ସର୍ବାଧିକ ତାପମାତ୍ରା ୨୨ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଛୁଇଁବ ବୋଲି ଆଶା କରାଯାଉଛି । ତେବେ ଘନ କୁହୁଡି ଆସନ୍ତା ସପ୍ତାହ ପର୍ୟ୍ୟନ୍ତ ରହିବ।

Khansweb Solution Bhubaneswar

Leave A Reply

Your email address will not be published.