banner
Breaking

ଭାଙ୍ଗିଲା ଟ୍ବିନ ଟାଓ୍ବାର

0

ନୋଏଡା : ଉତ୍ତର ପ୍ରଦେଶ ନୋଏଡାର ସେକ୍ଟର-୯୩ଏରେ ସୁପରଟେକ୍ର ଟ୍ୱିନ ଟାୱାରକୁ ରବିବାର ଦିନ ୨ଟା ୩୦ ମିନିଟରେ ମାଟିରେ ମିଶାଇ ଦିଆଯାଇଛି । ଏହାପରେ ଟ୍ୱିନ ଟାୱାର ନିକଟରେ ଥିବା ଘର ଗୁଡିକ ସୁରକ୍ଷିତ ନଜର ଆସିଛି । ହେଲେ ନିକଟରେ ଥିବା ଏକ ସୋସାଇଟିର କାନ୍ଥ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ରବିବାର ଅଧିକରୀମାନେ ଏହି ସୂଚନା ଦେଇଛନ୍ତି । ଏହାସହ ସେମାନେ କହିଛନ୍ତି କିଛି ଆପାର୍ଟମେଣ୍ଟ ଝରକା କାଚ ଫାଟି ଯାଇଛି ଅଥବା ଭାଙ୍ଗି ଯାଇଛି । ପ୍ରଥମେ କୁହାଯାଇଥିଲା କି ଟ୍ୱିନ ଟାୱାର ଭାଙ୍ଗିବା ପରେ ଏହାର ଆଖପାଖରେ ଥିବା ଘର ଗୁଡିକ ଠିକ ଅଛି । ହେଲେ ପରେ ଜଣାପଡିଥିଲା କିଛି ଘର କ୍ଷତିଗ୍ରସ୍ତ ହୋଇଛି ।
ଟ୍ୱିନ ଟାୱାର ଭଙ୍ଗାଯିବାକୁ ନେଇ ନୋଏଡ ଅଥରିଟିଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରବିବାର ଦିନ ୨ଟା ଓ ୩ଟାରେ ୟୁପିପିସିବି ପକ୍ଷରୁ ବାୟୁର ଗୁଣବତ୍ତା ଯାଞ୍ଚ କରାଯାଇଥିଲା, ଯେଉଁଥିରେ ପିଏମ୧୦ ଓ ପିଏମ ୨.୫ର ଡାଟା ସାମାନ୍ୟ ଥିଲା ।
କେନ୍ଦ୍ରୀୟ ଭବନ ଅନୁସନ୍ଧାନ ସଂସ୍ଥାନ(ସିବିଆରଆଇ)ର ବରିଷ୍ଠ ପ୍ରଧାନ ବୈଜ୍ଞାନିକ ଡି.ପି. କାନୁନଗୋ କହିଛନ୍ତି, ଟ୍ୱିନ ଟାୱାରକୁ ଲାଗିଥିବା ଏଟିଏସ ଭିଲେଜ ସୋସାଇଟିର ୧୦ମିଟର କାନ୍ଥ କ୍ଷତିଗ୍ରସ୍ତ ହୋଇଛି । ଏମରାଲ୍ଡ କୋର୍ଟ ଓ ଏଟିଏସ ଭିଲେଜର କିଛି ଆପାର୍ଟମେଣ୍ଟର ଝରକା କାଚ ଭାଙ୍ଗି ଯାଇଛି । ଏଡିଫିସ କମ୍ପାନୀ ପକ୍ଷରୁ ଭାଙ୍ଗି ଯାଇଥିବା ବାଉଣ୍ଡ୍ରି ୱାଲକୁ ଖୁବ ଶୀଘ୍ର ତିଆରି କରାଯିବ । ଏହାସହ ଯେଉଁ ଘରର ଝରକା କାଚ ଭାଙ୍ଗିଛି ତାକୁ ମଧ୍ୟ ଏଡିଫିସ କମ୍ପାନୀ ପକ୍ଷରୁ ବଦଳାଇ ଦିଆଯିବ ।

Khansweb Solution Bhubaneswar

Leave A Reply

Your email address will not be published.