banner
Breaking

ରାଜଧାନୀରୁ ହଟିବ କଟକଣା

0

ନୂଆଦିଲ୍ଲୀ,୨୫।୧: ରାଜଧାନୀ ଦିଲ୍ଲୀରେ ଜାରି ରହିଥିବା କରୋନା କଟକଣା ଖୁବଶୀଘ୍ର ପ୍ରତ୍ୟାହାର ହେବ। ବର୍ତ୍ତମାନ ସଂକ୍ରମଣ କମିଥିବାରୁ ଦିଲ୍ଲୀ ସରକାର କଟକଣା ହଟାଇବାକୁ ଚିନ୍ତା କରୁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ବ୍ୟବସାୟୀ ସଂଗଠନ ପକ୍ଷରୁ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିଥିଲେ। ହପ୍ତାହନ୍ତ କର୍ଫ୍ୟୁ ଓ ଦୋକାନ ପାଇଁ ଲାଗୁ ହେଉଥିବା ଯୁଗ୍ମ-ଅଯୁଗ୍ମ ଫର୍ମୁଲା ହଟାଇବାକୁ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ବିଚାରକୁ ନେଇ ସରକାର କଟକଣା ହଟାଇବାକୁ ବିଚାର କରାଯାଉଥିବା କେଜ୍ରିୱାଲ କହିଛନ୍ତି।

ଦିଲ୍ଲୀର ପଜିଟିଭ ହାର କ୍ରମାଗତ ଭାବେ ହ୍ରାସ ପାଉଛି। ଏହାକୁ ଦୃଷ୍ଟିରେ ରଖି କେଜ୍ରିୱାଲ କହିଛନ୍ତି, କରୋନା ସଂକ୍ରମଣକୁ ନେଇ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା। ଏନେଇ ଜନସାଧାରଣ ହଇରାଣ ମଧ୍ୟ ହେଉଛନ୍ତି। ଏବେ ସଂକ୍ରମଣ ହ୍ରାସ ପାଇଥିବାରୁ କଟକଣା ହଟାଇବାକୁ ସରକାରଙ୍କ ପକ୍ଷରୁ ଚିନ୍ତା କରାଯାଉଛି। ଯଦି ସଂକ୍ରମଣ ବୃଦ୍ଧିପାଏ ପୁଣି କଟକଣା ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.