banner
Breaking

ବଢୁଛି ସ°କ୍ରମଣ, ଭୟଭୀତ ହୁଅନାହିଁ

0

ନୂଆଦିଲ୍ଲୀ,୨ ।୧: ରାଜଧାନୀରେ ବଢି ଚାଲିଥିବା କରୋନା ଭାଇରସ ସଂକ୍ରମଣ ଏବେ ସମସ୍ତଙ୍କୁ ପଛରେ ପକାଇ ଦେଇଛି । ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇଛି ସତ । କିନ୍ତୁ ଏହାକୁ ନେଇ କିଛି ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ସେ କହିଛନ୍ତି ରାଜଧାନୀରେ ଏବେ ସକ୍ରିୟ ଅଛନ୍ତି ୬୩୬୦ଜଣ ସଂକ୍ରମିତ । ରବିବାର ସୁଦ୍ଧା ଗତ ୨୪ ଘଣ୍ଟାରେ ସର୍ବାଧିକ ୩୧୦୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ହେଲେ ହସ୍ପିଟାଲରେ ମାତ୍ର ୨୪୬ ଜଣ ଚିକିତ୍ସିତ ହେଉଛନ୍ତି ବୋଲି କେଜରିୱାଲ କହିଛନ୍ତି । ତେଣୁ ଏଥରର କରୋନାରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି ବେଳେ ବେଳେ କୌଣସି ଲକ୍ଷଣ ବି ଦେଖା ନ ଯାଇ ଜଣେ ବ୍ୟକ୍ତି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେଉଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.