banner
Breaking

ଟିକା ନେଇଥିବା ଲୋକଙ୍କ ଉପରେ ଓମିକ୍ରନ୍ କମ ପ୍ରଭାବ ପକାଇବ

0

ନୂଆଦିଲ୍ଲୀ,୨୬ ।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମ କରି ଓମିକ୍ରନ୍ ଭାରିଏଣ୍ଟର ଚିହ୍ନଟ କରିଥିବା ଡା.ଏଞ୍ଜେଲିକ କୋଏତଜୀ କହିଛନ୍ତି ଭାରତରେ ଓମିକ୍ରନ ସାମାନ୍ୟ ଲକ୍ଷଣ ସହ ପ୍ରସାର ଲାଭ କରିବ । ଯେମିତି ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିଲା । ହେଲେ ଯେଉଁମାନେ ଟିକା ନେଇଛନ୍ତି ସେମାନେ ସୁରକ୍ଷିତ ବୋଲି କୋଏତଜୀ କହିଛନ୍ତି । କିନ୍ତୁ ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ସଂକ୍ରମିତ ହେବା ଆଶଙ୍କା ଅଧିକ ବୋଲି ସେ କହିଛନ୍ତି । ପୂର୍ବରୁ ବିଶେଷଜ୍ଞମାନେ ବି କହିଥିଲେ ଓମିକ୍ରନ୍ ଭାରିଏଣ୍ଟଠାରୁ କରୋନା ଟିକା କିଛି ପରିମାଣରେ ସୁରକ୍ଷା ଦେବ । ଏବେ କିନ୍ତୁ ଦେଖାଯାଇଛି କି ସାମନ୍ୟ ଲକ୍ଷଣ ସହ କରୋନା ଟିକା ନେଇଥିବା ବ୍ୟକ୍ତି ବି ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି । ହେଲେ ଏମାନଙ୍କ ସୁସ୍ଥତା ହାର ଅଧିକ ବୋଲି ବି ବିଶେଷଜ୍ଞ କହିଛନ୍ତି । ତେଣୁ ଏବେ ସାରା ବିଶ୍ୱରେ ଓମିକ୍ରନ୍‌ଠାରୁ ଦୂରେଇ ରହିବାକୁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.