banner
Breaking

ନଦୀକୁ ଡେଇଁଥିବା ଯୁବକର ଶବ ଉଦ୍ଧାର।

0

ତ୍ରିଶୁଳିଆ, ୨୩।୧୦ (ଓଡ଼ିଆ ନ୍ୟୁଜ): ତ୍ରିଶୁଳିଆ ନିକଟରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ଉପରୁ କାଠଯୋଡ଼ି ନଦୀକୁ ଡେଇଁ ପଡିଥିବା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୀର୍ଘ ୧୮ ଘଣ୍ଟା ପରେ ତାଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି। ମୃତ ଯୁବକଙ୍କ ନାମ ଦେବବ୍ରତ ମାଝି(୩୫)। ତାଙ୍କ ଘର ମୟୂରଭଞ୍ଜ ହୋଇଥିବାବେଳେ ସେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡକଣ ତଳସବର ସାହିରେ ମାଆବାପାଙ୍କ ସହ ରହୁଥିଲେ। ସେ ଗତ ୧୨ବର୍ଷହେବ ମାନସିକ ରୋଗୀ ଭାବେ ଚିକିତ୍ସାଧୀନ ଥିଲେ। ସୂଚନାଯୋଗ୍ୟ, ମଙ୍ଗଳବାର ରାତି ସାଢେ ୬ଟାରେ ଜଣେ ଯୁବକ କାଠଯୋଡି ନଦୀକୁ ଡେଇଁ ପଡିଥିଲେ। ବାଟରେ ଯାଉଥିବା ବାଇକ ଆରୋହୀମାନେ ଅଟକି ରହିଥିଲେ। ଖବରପାଇ ବାରଙ୍ଗ ଥାନା ପୋଲିସ ପହଞ୍ଚତ୍ ସେଠାରେ ଥିବା ବାଇକ୍‌(ନଂ.ଓଡି୦୨-କ୍ୟୁ-୪୫୮୨), ହେଲମେଟ, ମୋବାଇଲକୁ ଜବତ କରିବା ସହ ଅଗ୍ନିଶମ ବିଭାଗ ଓ ତାଙ୍କ ପରିବାରଙ୍କୁ ଖବର ଦେଇଥିଲେ। ପରେ ବାରଙ୍ଗ ଓ ସିଡିଏ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ନିଖୋଜ ହୋଇଥିବା ଯୁବକକୁ ଖୋଜାଖୋଜି କରିବା ଆରମ୍ଭ କରି ଶବ ଉଦ୍ଧାର କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.