banner
Breaking

ଆଜି ଦାୟିତ୍ଵ ନେବେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ

0

ଭୁବନେଶ୍ୱର,୪।୫(ବ୍ୟୁରୋ): ଆଇପିଏ୍‌ସ ପ୍ରତୀକ ସିଂ ବୁଧବାର ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସ (ୟୁପିଡି)ର ଡିସିପି ଭାବେ ଦାୟିତ୍ୱ ନେବେ । ସେ ବର୍ତ୍ତମାନ କଟକ ଡିସିପି ଦାୟିତ୍ୱରେ ଅଛନ୍ତି ।
ସୂଚନାଯୋଗ୍ୟ, ୨୦୧୪ ବ୍ୟାଚ ଆଇପିଏସ୍‌ ସିଂ ୨୦୧୬ରେ ବ୍ରହ୍ମପୁର ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ । ପରେ ସେ ମାଲକାନଗିରି ଏସ୍‌ପି ଦାୟିତ୍ୱ ନେଇ ଥିଲେ। ପରେ କନ୍ଧମାଳ ଏସ୍‌ପି ଭାବେ ଦାୟିତ୍ୱ ତୁଲାଇଥିଲେ।
ମାଲକାନଗିରି ଓ କନ୍ଧମାଳରେ ଥିବାବେଳେ ମାଓ ଦମନ ଅଭିଯାନରେ ତାଙ୍କର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । କଟକ ଡିସିପି ହେବା ପରେ ତାଙ୍କ ଉପରେ ଅଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଥିଲା ।

Khansweb Solution Bhubaneswar

Leave A Reply

Your email address will not be published.