banner
Breaking

ସାଇବର ଠକେଇ ପାଇଁ ଡିସିପିଙ୍କ ବାର୍ତ୍ତା

0

ଭୁବନେଶ୍ୱର,୨୫।୧(ବ୍ୟୁରୋ): ବର୍ଷ ଆରମ୍ଭରୁ ସାଇବର ଲୁଟେରା ଫୁଲ ଆକ୍ଟିଭ ଅଛନ୍ତି। ଚଳିତ ମାସରେ ଭୁବନେଶ୍ୱରରେ ୟୁପିଆଇ ସମ୍ବନ୍ଧୀୟ ସାଇବର ଠକେଇ ଅଧିକ ହୋଇଛି। ତେଣୁ କାହା କଥାରେ ପଡ଼ି କୌଣସି ମୋବାଇଲ ଆପ ଡାଉନ୍‌ଲୋଡ କରନ୍ତୁ ନାହିଁ। ଯେକୌଣସି ଆପ ଡାଉନ୍‌ଲୋଡ କରିବା ପୂର୍ବରୁ ସତର୍କ ରୁହନ୍ତୁ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚାଇ ଦେଇଛନ୍ତି।
ସୂଚନାଯୋଗ୍ୟ, ଗୁଗୁଲ ପେ, ଫୋନ ପେ, ପେଟିଏମ୍‌ ଭଳି ମୋବାଇଲ ପେମେଣ୍ଟ ମାଧ୍ୟମରେ ଲୋକେ ସାଇବର ଠକେଇର ଶିକାର ହୋଇଥିବା ଜାନୁୟାରୀ ମାସ ତଥ୍ୟରୁ ଜଣାପଡିଛି। ପ୍ରାୟ ୧୦୦ରୁ ଅଧିକ ୟୁପିଆଇରେ ଠକେଇ ହୋଇଥିବା ମମଲା ହୋଇଛି । ତେବେ ସାଇବର ଲୁଟେରା ମୁଖ୍ୟତ ଲୁଟ ପୂର୍ବରୁ ତିନୋଟି ଆପ ଡାଉନଲୋଡ କରିବାକୁ ପରାମର୍ଶ ଦେଉଛନ୍ତି। ତେଣୁ କାହା କଥାରେ ପଡି ଏନି ଡେସ୍କ, କୁଇକ ସପୋର୍ଟ, ଟିମ ଭ୍ୟୁୟର ଭଳି ଅଜଣା ଆପ୍ଲିକେଶନ ଡାଉନଲୋଡ୍‌ କରନ୍ତୁ ନାହିଁ। ଏହାକୁ ଡାଉନଲୋଡ କଲେ ଅପର ପାର୍ଶ୍ୱରେ ଥିବା ବ୍ୟକ୍ତି ଆପଣଙ୍କ ମେସେଜ ଦେଖିପାରିବ ଏବଂ ଓଟିପି ଆସେସ କରିପାରିବ । ତେଣୁ ଯେକୌଣସି ଆପ ଡାଉନଲୋଡ୍‌ କରିବା ପୂର୍ବରୁ ସତର୍କ ରୁହନ୍ତୁ ବୋଲି ଡିସିପି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.