banner
Breaking

୧୦ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା। ବଢିବ ଶୀତ

0

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ରାଜ୍ୟରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ରାତି ୧୧ଟା ପରେ କୁହୁଡ଼ି ସହିତ ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା ୩ରୁ ୪ ଦିନ ଭିତରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ରବିବାର ରାଜ୍ୟର ୬ଟି ଅଞ୍ଚଳରେ ତାପାମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୯.୫ ଡିଗ୍ରୀ ତାପମାତ୍ରା ରହିଥିଲା। ସେହିପରି କୋରାପୁଟରେ ୧୨.୨, ଫୁଲବାଣୀ ୧୨.୬, କେନ୍ଦୁଝର ୧୪.୨, ଟିଟିଲାଗଡ଼ ୧୪.୩ ଓ ଝାରସୁଗୁଡ଼ାରେ ୧୪.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.