banner
Breaking

ବଜରଙ୍ଗି ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ

0

ଭୁବନେଶ୍ୱର, ୨୨/୪ : ବଜରଙ୍ଗି ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ଗାଡକଣ ସ୍ଥିତ କାର୍ତ୍ତିକେଶ୍ୱର ପୂଜା ମଣ୍ଡପରେ ବର୍ଣ୍ଣାଢ୍ୟ ଆଲୋକମାଳାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଜିଲ୍ଲା ଉତ୍ତର ବିଜେଡି ସଂପାଦକ ପ୍ରଶନ୍ନ କୁମାର ସାହୁ ଯୋଗଦେଇ ଗାଡକଣ ଗ୍ରାମର ଭାଇଚାର ଓ ଏକତାକୁ ପ୍ରଶଂସା କରିବା ସହିତ ଓଡିଶାର କଳା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ଭାବେ ସବ୍ୟସାଚୀ ସାହୁ, ପ୍ରଫୁଲ୍ଲ ଜେନା (ଚଗଲା) କୃଷ୍ଣ ପାତ୍ର, ପବିତ୍ର ରାଉତ, ସମ୍ବାଦିକ ସୁକାନ୍ତ ରାଉତ, ଗଗନ ବିହାରୀ ପଣ୍ଡା, ଚନ୍ଦ୍ରକାନ୍ତ ସାହୁ ପ୍ରମୁଖ ଯୋଗଦେଇଥିଲେ । ଡ୍ୟାନ୍ସ ଏକାଡେମୀର କୁନିକୁନି ପିଲା ବେଶ୍ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । ବୁଲା ଭାଇନା ମଞ୍ଚ ପରିଚାଳନା କରିଥିବା ବେଳେ କବିତା ଭୁତିଆ (ସୋନାଲୀ) କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଗ୍ରାମର ଆବାଳ ବୃଦ୍ଧବନୀତା ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.