banner
Breaking

୨୨ରେ ସାଇ ଆରାଧନା ଡ୍ୟାନ୍ସ ଏକାଡେମିର ୨ୟ ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ “ନୃତ୍ୟ ମୋହିନୀ-୨୦୨୨”

0

ଭୁବନେଶ୍ୱର : ନୃତ୍ୟ ଓ ସଂଗୀତ ମନୁଷ୍ୟର ଭାବଧାରାର ପରିପ୍ରକାଶ । ପାଠ୍ୟକ୍ରମ ସହ ଏହାର ସମନ୍ୱୟ ରକ୍ଷା କରିପାରିଲେ ଛାତ୍ର ଛାତ୍ରୀ ମାନଙ୍କର ସାମଗ୍ରିକ ବିକାଶରେ ଏହା ସହାୟ ହୋଇପାରିବ । ଏହି ଭାବଧାରାକୁ ନେଇ ରାଜ୍ୟର ଅଗ୍ରଣୀ ନୃତ୍ୟ ଭିତ୍ତିକ ଅନୁଷ୍ଠାନ ସାଇ ଆରାଧନା ଡ୍ୟାନ୍ସ ଏକାଡେମି ଆନୁକୁଲ୍ୟରେ ୨ୟ ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ ନୃତ୍ୟ ମୋହନୀ-୨୦୨୨ ଚଳିତ ମଇ ମାସ ୨୨ ତାରିଖ ରବିବାର ଦିନ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିସର୍ଚ୍ଚ ସେଣ୍ଟରର ଉତ୍କଳ ରଂଗମ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଅଛି । ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୫୦ ରୁ ଉର୍ଦ୍ଧ୍ୱ ନୃତ୍ୟ ପ୍ରତିଭା ସେମାନଙ୍କ କଳାନୈପୁଣ୍ୟ ଶାସ୍ତ୍ରୀୟ. ଅର୍ଦ୍ଧଶାସ୍ତ୍ରୀୟ, ଲୋକ ଓ ପାରମ୍ପାରିକ ନୃତ୍ୟ ତଥା ଅନ୍ୟାନ୍ୟ ମାଧ୍ୟମରେ ପରିବେଷଣ କରିବେ । ଏହି ଅବସରରେ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ଲକ୍ଷରେ ସମସ୍ତ ପ୍ରତିଯୋଗୀମାନଙ୍କୁ ସମ୍ମାନୀତ କରାଯିବା ସହ ବଭିନ୍ନ ବିଭାଗରେ ଶ୍ରେଷ୍ଠତା ତଥା ନୃତ୍ୟ, ସଂଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୃତ୍ୟ ମୋହିନୀ ପୁରସ୍କାର ପ୍ରଦାନ ତଥା ବିଭିନ୍ନ ନୃତ୍ୟଗୁରୁ ମାନଙ୍କୁ ମଧ୍ୟ ସମ୍ମାନୀତ କରାଯିବ । ଉତ୍ସବରେ ରାଜ୍ୟର ପ୍ରଶାସନିକ, ସାମାଜିକ, ସାଂସ୍କୃତିକ ତଥା ରାଜନୀତି କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରକାଶ ଥାଉକି, ୨୦୧୯ ମସିହାରେ ଏକାଡେମୀ ପକ୍ଷରୁ ଆୟୋଜିତ ପ୍ରଥମ ନୃତ୍ୟ ମୋହିନୀ ମହୋତ୍ସବରେ ୧୨୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କ ଅଂଶ ଗ୍ରହଣ ସହ ଆଶାତୀତ ସଫଳତା ହାସଲ କରିଥିଲା । ଉକ୍ତ ଏକାଡେମୀ ନୃତ୍ୟ ସଂଗୀତ ସହ ଅନ୍ୟାନ୍ୟ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରି ପିଲାମାନଙ୍କର ଅର୍ନ୍ତନିହିତ ପ୍ରତିଭାର ବିକାଶରେ ସହାୟକ ହୋଇଆସୁଛି । ମହୋତ୍ସବ ସମ୍ବନ୍ଧୀୟ ଯେକୌଣସି ପ୍ରକାର ସହାୟତା ତଥା ଅନୁସନ୍ଧାନ ପାଇଁ ୮୨୪୯୨୧୦୪୨୮ ରେ ଯୋଗାଯୋଗ କରିବା ପାଇଁ ମହୋତ୍ସବର ନିର୍ଦ୍ଦେଶକ ତଥା ଏକାଡେମୀର ସଂପାଦକ ଗୁରୁ ପ୍ରଜ୍ଞା ପ୍ରିୟଦର୍ଶିନୀ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିବା ସହ ନୃତ୍ୟ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ପାଇଁ ସମସ୍ତଙ୍କର ସଦୟ ଉପସ୍ଥିତି ଓ ସହଯୋଗ କାମନା କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.