ଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିମିଟିର ପ୍ରସ୍ତୁତି ବୈଠକ

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଅଳର ସର୍ବ ବୃହତ ଦୁର୍ଗା ପୂଜା ଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତବର୍ଷ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଡମଣା ଦୁର୍ଗାପୂଜା ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଡମଣା ଦୁର୍ଗାପୂଜାର ପ୍ରତିଷ୍ଠାତା ସଭାପତି ନିଶାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୋପୀନାଥ କ୍ଲବ, କ୍ରିଷ୍ଣା କ୍ଲବ, ଲକ୍ଷ୍ମୀନାରାୟଣ କ୍ଲବ, ମା ବାଉତି ମହିଳା ସମିତି ଓ ଡମଣା ଗ୍ରାମ କମିଟିର ସଦସ୍ୟମାନେ ଯୋଗଦାନ କରିଥିଲେ । ଚଳିତ ବର୍ଷର ଦୁର୍ଗାପୁଜା ମହାଆଡମ୍ବରରେ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ ବୋଲି ନିଷ୍ପି ହୋଇଥିଲା । ପୂର୍ବବର୍ଷ ତୁଳନାରେ ଏବର୍ଷର ବଜେଟ ବୃଦ୍ଧି କରାଯାଇ ପ୍ରାୟ ୬୫ ଲକ୍ଷ ଟଙ୍କା ରଖାଯାଇଛି । ଏଥି ମଧ୍ୟରେ କେବଳ ତୋରଣ ପାଇଁ ୪୦ ଲକ୍ଷ, ବିଜୁଳି ସାଜସଜା ୧୨ ଲକ୍ଷ ରହିଥିଲା ବେଳେ ମୂି, ମେଢ, ଭୋଗ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୧୩ ଲକ୍ଷ ରଖାଯାଇଛି । ଏଥର ପଶ୍ଚିମବଙ୍ଗ କାରିଗର ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଚିତ୍ତାକର୍ଷକ ତୋରଣ ନିର୍ମାଣ କରାଯିବ । ଆକର୍ଷଣୀୟ ତୋରଣ ସାଙ୍ଗକୁ ଅତ୍ୟାଧୁନିକ ଲାଇଟ୍ ସାଜ୍ଜସଜ୍ଜା ଓ ମୀନାବଜାର ସମସ୍ତଙ୍କୁ ଆକର୍ଷିତ କରିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ମା ଦୁର୍ଗାଙ୍କ ଆଶୀର୍ବାଦ, ଗ୍ରାମବାସୀଙ୍କ ଏକତା, ମହିଳା, ଯୁବକ ଓ ହିତେଶୁ ମାନଙ୍କ ସାହାର୍ଯ୍ୟ ସହଯୋଗରେ ଡମଣା ଦୁର୍ଗାପୂଜା ଆଗକୁ ଆଗକୁ ବଢି ଚାଲିଛି ବୋଲି ସଭାପତି ଶ୍ରୀଯୁକ୍ତ ସାହୁ କହିଛନ୍ତି ।