banner
Breaking

ଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିମିଟିର ପ୍ରସ୍ତୁତି ବୈଠକ

0

ଭୁବନଶ୍ୱର : କରୋନା ମହାମାରୀର କରାଳ ଦାଉରେ ଦୁଇବର୍ଷ ଧରି ଆଡମ୍ବରରେ ହୋଇପାରି ନଥିବା ଦୁର୍ଗାପୂଜା ଏଥର ମହା ଅଡମ୍ବରରେ ପାଳିତ ହେବାକୁ ଯାଉଛି । ଲୋକମାନଙ୍କ ମନରେ ଆନନ୍ଦ ଉଲ୍ଲାସ ଦେଖା ଦେଇଛି । ବିଭିନ୍ନ ପୂଜା କମିଟି ଜାକ୍ ଜମକରେ ପୁଜା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି କ୍ରମରେ ଚନ୍ଦ୍ରଶେଖରପୁର ଅଞ୍ଚଳର ସର୍ବ ବୃହତ ଦୁର୍ଗା ପୂଜା ଡମଣା ଗୋପୀନାଥ ଜୀଉ ଦୁର୍ଗାପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଡମଣା ଦୁର୍ଗାପୂଜା ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଡମଣା ଦୁର୍ଗାପୂଜାର ପ୍ରତିଷ୍ଠାତା ସଭାପତି ନିଶାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷର ଦୁର୍ଗାପୁଜା କିପରି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଏଥିରେ କମିଟିର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । କରୋନା ପୂର୍ବ ବର୍ଷ ଭଳି ଚଳିତ ବର୍ଷ ପୂଜା ଜାକ୍ ଜମକରେ ଓ ମହା ଆଡମ୍ବରରେ ପାଳନ କରାଯିବ ବୋଲି ନିଷ୍ପତି ହୋଇଥିଲା । ଏଥର ବୃହତ ତୋରଣ ସାଙ୍ଗକୁ ଅତ୍ୟାଧୁନିକ ଲାଇଟ୍‌ର ସାଜ୍ଜସଜ୍ଜା, ମେଢ, ରାବଣ ପୋଡି ଓ ମୀନାବଜାର ସମସ୍ତଙ୍କୁ ଆକର୍ଷିତ କରିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.